ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ପୁଟିନ୍‌ ପ୍ରସ୍ତୁତ

ମସ୍କୋ,୧୦ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍‌କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍‌ ଡଲାରର ସହାୟତା ପ୍ରଦାନ କରିସାରିଲାଣି। ଆସନ୍ତା ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ୍‌ ଯୁଦ୍ଧାବସାନ ଉପରେ ଜୋର୍‌ ଦେଉଛନ୍ତି।

ଆଲୋଚନା ଜରିଆରେ ଏହାର ସମାଧାନ କରିବେ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଏହାକୁ କ୍ରେମ୍‌ଲିନ୍‌ ପକ୍ଷରୁ ସ୍ବାଗତ କରାଯାଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନିଜ ‘ଶାନ୍ତି ଜରିଆରେ ଶକ୍ତି’ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଟ୍ରମ୍ପ୍‌ଙ୍କ ସହାୟତା ଲୋଡ଼ିଛନ୍ତି। ଜେଲେନ୍‌ସ୍କି ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)ର ସୁରକ୍ଷା ଏବଂ ପାଶ୍ଚାତ୍ୟଠାରୁ ନିରାପତ୍ତା ଗ୍ୟାରେଣ୍ଟି ଆଶାରେ ଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

ଟ୍ରମ୍ପ୍‌ ଓ ପୁଟିନ୍‌ଙ୍କ ମଧ୍ୟରେ ଖୁବ୍‌ ଶୀଘ୍ର ଏକ ବୈଠକ ହୋଇପାରେ ବୋଲି କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେପଟେ କିଭ୍‌କୁ ସହାୟତା ପ୍ରଦାନ ବନ୍ଦ ନ କରିବା ପାଇଁ ଟ୍ରମ୍ପ୍‌ଙ୍କ ଉପରେ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ଜେଲେନ୍‌ସ୍କି ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ଙ୍କ ସହ ଜର୍ମାନୀରେ ଆଲୋଚନା କରିଛନ୍ତି।



Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ଲୋକେ

ବେଜିଂ,୯।୪: ଉତ୍ତର ଚାଇନାର ହେବେଇ ପ୍ରଦେଶରୁ ଏକ ଦୁଃଖଦ ଦୁର୍ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ନର୍ସିଂ ହୋମରେ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ...

ଆଜିଠାରୁ ଭାରତ ଉପରେ ଲାଗୁ ହେବ ଟ୍ରମ୍ପଙ୍କ ୨୬ ପ୍ରତିଶତ ଟାରିଫ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ସକାଳୁ ଭାରତ ଉପରେ ସମ୍ପୂର୍ଣ୍ଣ ଭାବରେ ୨୬% ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପ ୩ ଏପ୍ରିଲରେ ହ୍ବାଇଟ...

ବହିଷ୍କାର ନିର୍ଦ୍ଦେଶ ପରେ ଆମେରିକା ଛାଡ଼ି ନ ଥିଲେ ଦିନକୁ ଏତିକି ଟଙ୍କା ଜରିମାନା

ଓ୍ବାଶିଂଟନ,୯।୪:ବହିଷ୍କାର ନିର୍ଦ୍ଦେଶ ପରେ ଯେଉଁ ଆପ୍ରବାସୀମାନେ ଆମେରିକା ଛାଡ଼ି ନ ଥିବେ, ସେମାନଙ୍କ ଉପରେ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ଦୈନିକ ୯୯୮ ଡଲାର ଜରିମାନା ଲଗାଇବେ...

ମ୍ୟାନ୍‌ମାର ଭୂକମ୍ପରେ ପୋତି ହୋଇଥିବା ଲୋକଙ୍କୁ ଖୋଜିବାକୁ ବାହାରିଲା ‘ଅସରପା’

ମ୍ୟାନ୍‌ମାର,୯।୪:ନିକଟରେ ମ୍ୟାନ୍‌ମାର୍‌ରେ ଆସିଥିବା ୭.୭ ତୀବ୍ରତାର ଭୂମିକମ୍ପ ପରେ ସେଠାରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ସାଇବର୍ଗ ଅସରପା ମଧ୍ୟ ଏହି...

ଆସୁଛି ବିନାଶ: ୨ କ୍ଷୁଦ୍ରତାରା ଧକ୍କାରେ ଚନ୍ଦ୍ରଠାରୁ ୧୦ଗୁଣା ହେବ ଉଜ୍ଜ୍ୱଳ ବିସ୍ଫୋରଣ

ଲଣ୍ଡନ, ୯ା୪:ଜ୍ୟୋତିର୍ବିଜ୍ଞାନୀମାନେ ପୃଥିବୀଠାରୁ ମାତ୍ର ୧୫୦ ଆଲୋକ ବର୍ଷ ଦୂରରେ ଏକ ବିରଳ ଉଚ୍ଚ ବହୁଳତା ବିଶିଷ୍ଟ ବାଇନାରି ଷ୍ଟାର୍‌ ସିଷ୍ଟମକୁ ଚିହ୍ନଟ କରିଛନ୍ତି, ଯେଉଁଥିରେ...

ଆରମ୍ଭ ହେଲା ଟାରିଫ୍‌ ଓ୍ବାର: ଚାଇନା ଉପରେ ୧୦୪% ଟାରିଫ୍‌ ଲଗାଇଲା ଆମେରିକା

ଓାଶିଂଟନ/ବେଜିଂ,୮।୪: ଚାଇନାକୁ ଶକ୍ତ ଝଟ୍‌କା ଦେଇଛନ୍ତି ଟ୍ରମ୍ପ ସରକାର। ଆମେରିକା ଆଜି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇ ଦେଇଛି। ଏହି...

ମୁଁ ଖୁବଶୀଘ୍ର ଫେରୁଛି…ଶେଖ ହସିନାଙ୍କ ବଡ଼ ଘୋଷଣା

ଢାକା,୮।୪: ପ୍ରଥମ ଥର ପାଇଁ, ବାଂଲାଦେଶର ନିର୍ବାସିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମହମ୍ମଦ ୟୁନୁସ ଏବଂ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି।...

ପୁଣି ଅଜା ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ: ସାନ ଝିଅ ହେବେ ମା’

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଝିଅ ଟିଫାନି ଟ୍ରମ୍ପ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୧ ବର୍ଷୀୟା ଟିଫାନି ଚଳିତ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image