ପୁଟିନ ଅସୁସ୍ଥ ନେଇ ପୁଣି ଚର୍ଚ୍ଚା…

ମସ୍କୋ,୨୦।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟ ବିଷୟରେ ଗଣମାଧ୍ୟମରେ ଅନେକ ସମୟରେ କଳ୍ପନାଜଳ୍ପନା ଚାଲିଛି। ପୁଟିନ କିଛି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିବା ଅନେକ ଥର ରିପୋର୍ଟରେ ଦର୍ଶାଯାଇଛି। ଏବେ ପୁଣି ଥରେ ଗଣମାଧ୍ୟମରେ ରୁଷିଆ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ପୁଟିନଙ୍କର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପୁଟିନ ତାଙ୍କ ଗୋଡକୁ ମସାଜ କରୁଥିବା ଦେଖାଯାଉଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ନିକଟରେ କ୍ୟୁବା ନେତାଙ୍କ ସହ ସାକ୍ଷାତ ସମୟରେ ପୁଟିନ ନର୍ଭସ ହୋଇ ତାଙ୍କ ଚେୟାରକୁ ଜାବୁଡ଼ି ଧରିଥିବାର ଦେଖାଯାଇଥିଲା। ଏହି ସମୟରେ ତାଙ୍କ ହାତର ରଙ୍ଗ ବଦଳି ଯାଇଥିବା ମଧ୍ୟ ଦାବି କରାଯାଇଛି।

ରିପୋର୍ଟରେ, ବେଲାରୁଷର ପ୍ରତିପକ୍ଷ ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋଙ୍କ ସହ ପୁଟିନଙ୍କ ସାକ୍ଷାତ ସମୟର ଏହି ଭିଡିଓ ବୋଲି କୁହାଯାଉଛି। ଏହି ଭିଡିଓରେ ପୁଟିନ ବାରମ୍ବାର ତାଙ୍କ ଗୋଡକୁ ମସାଜ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ୟୁକ୍ରେନ ଆଭ୍ୟନ୍ତରୀଣ ବ୍ୟାପାର ପରାମର୍ଶଦାତା ଆଣ୍ଟୋନୋଭ ଗେରେଶେଙ୍କୋ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି ଯେ ଲୁକାଶେଙ୍କୋଙ୍କ ସହ କଥାବାର୍ତ୍ତା ସମୟରେ ପୁଟିନଙ୍କ ପାଦକୁ ଦେଖନ୍ତୁ।

Share