ଆସନ୍ତା ସପ୍ତାହରେ ଭେଟିବେ ପୁଟିନ୍‌-ଜିନ୍‌ପିଙ୍ଗ୍‌

ମସ୍କୋ, ୭ା୯: ୟୁକ୍ରେନ୍‌ ଯୁଦ୍ଧ ଓ ଚାଇନା-ତାଇଓ୍ବାନ ଉତ୍ତେଜନା ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏବଂ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ ଆସନ୍ତା ସପ୍ତାହରେ ପରସ୍ପରକୁ ସାକ୍ଷାତ କରିବେ। ଉଜ୍‌ବେକିସ୍ତାନରେ ହେବାକୁ ଥିବା ଏକ ଆଞ୍ଚଳିକ ସମ୍ମିଳନୀରେ ଏହି ଦୁଇ ନେତା ଯୋଗଦେବେ ବୋଲି ଚାଇନାରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଆଣ୍ଡ୍ରେ ଡେନିସୋଭ୍‌ କହିଛନ୍ତି। କରୋନା ମହାମାରୀ ପରଠାରୁ ଏହା ଜିନ୍‌ପିଙ୍ଗ୍‌ଙ୍କ ପ୍ରଥମ ବିଦେଶ ଗସ୍ତ ହେବ।

Share