ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରକଲେ ପୁଟିନ୍‌, କିମ୍‌

ପ୍ୟୋଙ୍ଗ୍‌ୟାଙ୍ଗ୍‌, ୨୦।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ ଗସ୍ତରେ ରହିଛନ୍ତି। ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗ୍‌ୟାଙ୍ଗ୍‌ଠାରେ ଉଭୟ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌-ଉନ୍‌ ଏକ ପ୍ରତିରକ୍ଷା ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ତେବେ ୨ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଏହି ଚୁକ୍ତିକୁ କିମ୍‌ ସବୁଠାରୁ ଶକ୍ତିଶାଳୀ ଚୁକ୍ତିର ଆଖ୍ୟା ଦେଇଛନ୍ତି। ଏହି ଚୁକ୍ତି ଅନୁଯାୟୀ କୌଣସି ଦେଶ ଆକ୍ରମଣ କଲେ ଉଭୟେ ରୁଷିଆ ଓ ଉତ୍ତର କୋରିଆ ପରସ୍ପରକୁ ସହଯୋଗ କରିବେ। ସେହିପରି ଏହି ଚୁକ୍ତି ଦ୍ୱାରା ରାଜନୀତି, ଅର୍ଥନୀତି, ସଂସ୍କୃତି, ସାମରିକ ଆଦି ବିଭିନ୍ମ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ସୁଗମ ହୋଇ ପାରିବ। ସେହିପରି ବୈଷୟିକ କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ପରସ୍ପରକୁ ସହଯୋଗ କରିବେ ବୋଲି କିମ୍‌ କହିଛନ୍ତି।

Share