ପୁଟିନ-ମୋଦିଙ୍କ ସମ୍ପର୍କ ଉପରେ କିଛି ଦେଶର ନଜର

ସମରକନ୍ଦ,୧୬ା୯: କରୋନା ମହାମାରୀର ଦୁଇ ବର୍ଷ ପରେ ଉଜବେକିସ୍ତାନର ସମରକନ୍ଦରେ ଗୁରୁବାର ସାଂଘାଇ ସହଯୋଗ ସଂଗଠନର (ଏସ୍‌ସିଓ)ର ୨୨ତମ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏଥି ସହିତ ଶୁକ୍ରବାର ଏସ୍‌ସିଓର ଏକ ବୈଠକ ଆୟୋଜନ ହୋଇଛି। ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଦେଶର ନେତା ସାମିଲ ହେବେ। ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନେ ଏହି ବୈଠକ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବିଶେଷକରି ରୁଷିଆ, ଚାଇନା ଏବଂ ଭାରତ ଏହି ବୈଠକରେ ଯୋଗଦେବେ। ଆମେରିକା ପାକିସ୍ତାନର ନିକଟତର ହେବାକୁ ଚେଷ୍ଟା କରୁଥିବାବେଳେ ଏହି ବୈଠକ ସମ୍ପ୍ରତି ଆମେରିକା ଏଫ୍‌-୧୬ ସହିତ ପାକିସ୍ତାନକୁ ବହୁତ ସାହାଯ୍ୟ କରିଛି। ଏହା ପରେ ସେ ବନ୍ୟା ବିପର୍ଯ୍ୟୟରେ ପାକିସ୍ତାନକୁ ମଧ୍ୟ ସାହାଯ୍ୟ କରୁଛିି। ଏଫ୍‌-୧୬ ଉପରେ ଜାରି ସହାୟତା ଉପରେ ମଧ୍ୟ ଭାରତ ନିଜର ଆପତ୍ତି ଜଣାଇଛି। ତେବେ ମୋଦି-ପୁଟିନଙ୍କ ବୈଠକ ଆମେରିକାକୁ ଝଟ୍‌କା ଦେବ କି? ଏହା ଆମେରିକା ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଭାବିତ କରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା।

Share