ୱାଗନର୍‌ ଗ୍ରୁପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛନ୍ତି ପୁଟିନ: ଆମେରିକା…

ଓ୍ବାଶିଂଟନ/ମସ୍କୋ,୨୨।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ତ୍ତମାନ ୱାଗନର୍‌ ଗ୍ରୁପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛନ୍ତି। ଯାହା ତାଙ୍କ ପାଇଁ ସବୁଠାରୁ ବଡ ବିପଦ ପାଲଟିଛି। ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏର ମୁଖ୍ୟ ୱିଲିୟମ ବର୍ନସ ଏ ବିଷୟରେ ଏକ ବଡ଼ ଦାବି କରିଛନ୍ତି।

ସିଆଇଏ ମୁଖ୍ୟ ୱିଲିୟମ ବର୍ନସ ଦାବି କରିଛନ୍ତି ରୁଷିଆ ରାଷ୍ଟ୍ରପତି ୱାଗନର୍‌ ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ରୁଷିଆ ରାଷ୍ଟ୍ରପତି ସମୟ ଚାହୁଁଥିଲେ ବୋଲି ସେ କହିଛନ୍ତି।

ୱିଲିୟମ ବର୍ନସ ଦାବି କରିଛନ୍ତି ୱାଗନର୍‌ ଗ୍ରୁପର ବିଦ୍ରୋହ ପୁଟିନଙ୍କ ଦୁର୍ବଳତାକୁ ପ୍ରକାଶ କରିଛି। ଭ୍ଲାଦିମିର ପୁଟିନଙ୍କ ଭାବମୂର୍ତ୍ତିକୁ ଏହା କ୍ଷତି ପହଞ୍ଚାଇଛି। ତେଣୁ ପୁଟିନ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇପାରେ ବୋଲି ସେ କହିଛନ୍ତି।

Share