ରକ୍ତ ଜମାଟ ବାନ୍ଧିବା ଭଳି ଥଣ୍ଡାକୁ ସବୁଠାରୁ ଘାତକ ଅସ୍ତ୍ର କରିବାର ଯୋଜନାରେ ଲାଗିପଡିଛନ୍ତି ପୁଟିନ

ମସ୍କୋ,୨୨ ।୧୧: ଫେବୃୟାରୀ ୨୪ରୁ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବା ବେଳେ ଏଥିରେ କେବେ ପୂର୍ଣ୍ଣଚ୍ଛେଦ ପଡିବ ତାହା କହିବା ମୁସ୍କିଲ । କାରଣ ଗୋଟିଏ ପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୁଣ୍ଡ ନଇଁବାକୁ ରାଜି ନ ଥିବା ବେଳେ ଅନ୍ୟପଟେ ଯୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି ବି ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ରୁଷିଆ ସହ ଲଢିବେ ବୋଲି କହିଛନ୍ତି । ଏହାରି ଭିତରେ ଉଭୟ ଦେଶର ବହୁ ଧନ ଜୀବନ ନଷ୍ଟ ହୋଇଗଲାଣି । ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ରକ୍ତଜମାଟ କରିଦେବା ଭଳି ହେଉଥିବା ଥଣ୍ଡା । କାରଣ ରୁଷିଆ ଆକ୍ରମଣରେ ୟୁକ୍ରେନର କିଛି ପାୱାର ଷ୍ଟେଶନ ନଷ୍ଟ ହୋଇ ଯାଇଥିବା ବେଳେ ଏବେ ଅଧିକାଂଶ ଅଞ୍ଚଳରେ ଲୋକେ ବିନା ବିଜୁଳିରେ ରହୁଛନ୍ତି । ଏପଟେ ଥଣ୍ଡା ବଢିଯିବାରୁ ଲୋକେ ହିଟର ବ୍ୟବହାର ବି କରି ପାରୁ ନାହାଁନ୍ତି । ଏଭଳି ସ୍ଥିତିରେ ଅନୁମାନ କରାଯାଉଛି କି ପୁଟିନ ହୁଏତ ଏହି ଥଣ୍ଡାକୁ ସବୁଠାରୁ ଘାତକ ଅସ୍ତ୍ର ଭାବେ ବ୍ୟବହାର କରିପାରନ୍ତି । ଯଦି ଏମିତି ହେଲା ତେବେ ପ୍ରବଳ ଥଣ୍ଡାରେ ୟୁକ୍ରେନ ବାସୀଙ୍କ ସମସ୍ୟା ବଢିଯାଇପାରେ ବୋଲି ଅନୁମାନ କରାଯାଉଛି ।

Share