ଟିକା ନେବାକୁ ମନା କଲେ ପୁଟିନ

ସେଣ୍ଟପିଟର୍ସବର୍ଗ,୧୩।୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ନିଜ ଦେଶରେ କରୋନା ଟିକାର ପ୍ରଶଂସା କରୁଥିବା ବେଳେ ନିଜେ ଟିକା ନେବାକୁ ମନା କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ମୁଁ ଟିକା ନେବି ନାହିଁ। ୨୦୨୧ ଶେଷ ସୁଦ୍ଧା ନେଇପାରେ।

୬୮ ବର୍ଷୀୟ ପୁଟିନ ଟିକା ନେଇଥିଲେ ଅନ୍ୟମାନେ ଉତ୍ସାହିତ ହୋଇ ଟିକା ନେଇଥାନ୍ତେ। ମାତ୍ର ପୁଟିନଙ୍କ କାର୍ଯ୍ୟ ସୂଚୀ ଅନୁଯାୟୀ, ତାଙ୍କୁ ଫ୍ଲୁ ଶର୍ଟସ ଏବଂ ଅନ୍ୟାନ୍ୟ ଟିକାକରଣ ମଧ୍ୟ କରିବାକୁ ପଡ଼ିବ। ତେଣୁ ସେ କରୋନା ଟିକା ପାଇଁ ବର୍ତ୍ତମାନ ସମୟ ଦେଇପାରିବେ ନାହିଁ।

ପୁଟିନ ଟିକାକୁ ନେଇ ଦେଇଥିବା ବିବୃତ୍ତି ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଲୋକେ ପୁଟିନଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି। କାରଣ ଗତ ଅଗଷ୍ଟ ମାସରେ ନିଜେ ପୁଟିନ କହିଥିଲେ, ସ୍ପୁଟନିକ ଟିକା ସୁରକ୍ଷିତ ଏବଂ ଯଥେଷ୍ଟ ପ୍ରଭାବଶାଳୀ। ଯେତେବେଳେ ଏହି ଟିକାର କ୍ଲିନିକାଲ ପରୀକ୍ଷା ଶେଷ ହୋଇ ନ ଥିଲା ସେତେବେଳେ ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ମାତ୍ର ବର୍ତ୍ତମାନ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଏହା ୯୨ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରକାଶ ପାଇଛି। ପୁଟିନ ଏକଥା ବି କହିଥଲେ, ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କିନ୍ତୁ ବର୍ତ୍ତମାନ ନିଜେ ଟିକା ନେବାକୁ ମନା କରୁଛନ୍ତି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Share