କ୍ୱିଭ,୧୯ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୫ ଦିନ ହେଲାଣି । ହେଲେ କେହି ପଛକୁ ହଟିବାକୁ ରାଜି ନୁହେଁ । ଇତିମଧ୍ୟରେ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି । ଯୁଦ୍ଧରେ ରୁଷିଆ ପରମାଣୁ ଆକ୍ରମଣ କରିପାରେ । ବ୍ରିଟେନ ଦାବି କରିଥିଲା କି ରୁଷିଆ ଟେକ୍ଟଟାଇଲ ଅସ୍ତ୍ରର ବ୍ୟବହାର ବି କରିପାରେ । ଏହାରି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ସାରା ବିଶ୍ୱକୁ କହିଛନ୍ତି ରୁଷିଆ ପରମାଣୁ ଆକ୍ରମଣ କରିପାରେ । କାରଣ ୟୁକ୍ରେନ୍ ସୀମା ନିକଟରେ ରୁଷିଆର ୪ ନ୍ୟୁକ୍ଲିୟର ବମ୍ପର ଉଡୁଥିବା ଦେଖାଯାଇଛି । ତେଣୁ ସାରା ବିଶ୍ୱ ଅତ୍ୟନ୍ତ ଖରାପ ଅବସ୍ଥା ତଥା ଆଣ୍ଟିରେଡିଏଶନ ଭଳି ବିପଦର ସାମ୍ନା କରିବାକୁ ପ୍ରସ୍ତୁତ ରହୁ ।