ଏସସିଓ ବୈଠକର ସଫଳ ଆୟୋଜନ ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଲେ ପୁଟିନ

ମସ୍କୋ,୪।୭: ପ୍ରଧାନମନ୍ତ୍ରୀ ମୋଦି ସାଂଘାଇ ସହଯୋଗ ସଂଗଠନର (ଏସସିଓ) ବୈଠକକୁ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରିଛନ୍ତି। ଏଥିରେ ଋଷର ରାଷ୍ଟ୍ରପତି ପୁଟିନ ଏବଂ ଚାଇନା ରାଷ୍ଟ୍ରପତିଙ୍କ ସମେତ ଅନେକ ଦେଶର ମୁଖ୍ୟ ଅଂଶଗ୍ରହଣ କରିଛନ୍ତି। ବୈଠକରେ ଋଷର ରାଷ୍ଟ୍ରପତି ପୁଟିନ ଏସସିଓ ସଦସ୍ୟ ଦେଶ ସହ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଏସସିଓ ଶିଖର ସମ୍ମିଳନୀରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ସମ୍ମିଳନୀ ଆୟୋଜନ ପାଇଁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତିି। ସେ କହିଛନ୍ତି, ଏହି ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତ ହୋଇଥିବା ଅନେକ ଦଲିଲ ଏବଂ ନିଷ୍ପତ୍ତିର କାର୍ଯ୍ୟକାରିତା ଅନ୍ତର୍ଜାତୀୟ ପ୍ରସଙ୍ଗରେ ମିଳିତ ଆଭିମୁଖ୍ୟ ଗ୍ରହଣ କରୁଛି। ବୈଠକରେ ଆମେ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ସହିତ ସମ୍ପର୍କକୁ ଆହୁରି ମଜବୁତ କରିବା ଜାରି ରଖିବୁ।

Share