ମୋଦିଙ୍କୁ ଭେଟିବା ପରେ ଏମିତି କଥା କହିଦେଲେ ପୁଟିନ

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆ କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃଷ୍ଣ ଭଜନ ଗାଇ ସ୍ବାଗତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସହିତ ସାକ୍ଷାତ କରିଛନ୍ତି। ଏଭୟ ପରସ୍ପରକୁ ଦେଖିବା ମାତ୍ରେ କୋଳାଗ୍ରତ କରିଥିଲେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ ତିନି ମାସ ମଧ୍ୟରେ ରୁଷିଆ ଗସ୍ତରେ ଆସିଥିବା ମୋର ଦୁଇ ଗସ୍ତ ଆମର ଘନିଷ୍ଠ ସମନ୍ବୟ ଏବଂ ଗଭୀର ବନ୍ଧୁତାକୁ ପ୍ରତିଫଳିତ କରେ। ଜୁଲାଇ ମାସରେ ମସ୍କୋରେ ଆମର ବାର୍ଷିକ ସମ୍ମିଳନୀ ପ୍ରତ୍ୟେକ କ୍ଷେତ୍ରରେ ଆମର ସହଯୋଗକୁ ମଜଭୁତ କରିଛି। ବ୍ରିକ୍ସ ଗତ ୧୫ ବର୍ଷ ମଧ୍ୟରେ ନିଜର ଚିହ୍ନ ସୃଷ୍ଟି କରିଛି ଏବଂ ବର୍ତ୍ତମାନ ବିଶ୍ୱର ଅନେକ ଦେଶ ଏଥିରେ ଯୋଗଦେବାକୁ ଚାହୁଁଛନ୍ତି। ମୁଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ କ୍ରମାଗତ ଭାବରେ କହୁଛି ଆମର ସମସ୍ତ ପ୍ରୟାସରେ ଶାନ୍ତି ଏବଂ ସ୍ଥିରତାର ପ୍ରାରମ୍ଭିକ ପ୍ରତିଷ୍ଠାକୁ ଆମେ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛୁ।

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗରେ ମୁଁ ଆପଣଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି। ମୁଁ ପୂର୍ବରୁ କହିଛି ଯେ, ଆମେ ବିଶ୍ୱାସ କରୁ ଯେ ସମସ୍ୟାର ସମାଧାନ ହୋଇପାରିବ। ଆମେ ଶାନ୍ତି ଏବଂ ସ୍ଥିରତାର ପ୍ରାରମ୍ଭିକ ପ୍ରତିଷ୍ଠାକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରୁଛୁ। ଆମର ସମସ୍ତ ପ୍ରୟାସରେ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି,ମୋର ମନେ ଅଛି ଯେ ଜୁଲାଇରେ ଆମେ ସାକ୍ଷାତ କରିଥିଲୁ ଏବଂ ଅନେକ ପ୍ରସଙ୍ଗରେ ବହୁତ ଭଲ ଆଲୋଚନା କରିଥିଲୁ। ଆମେ ଅନେକ ଥର ଟେଲିଫୋନରେ ମଧ୍ୟ କଥା ହୋଇଥିଲୁ। ଆଜି ଆମେ ବ୍ରିକ୍ସ ଶିଖର ସମ୍ମିଳନୀର ଉଦଘାଟନୀ ସମାରୋହରେ ଯୋଗଦେବୁ ଏବଂ ତା’ପରେ ରାତ୍ରୀ ଭୋଜନ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ରୁଷିଆରେ ପହଞ୍ଚିଲେ ମୋଦି: କୃଷ୍ଣ ଭଜନ ଗାଇ କରାଗଲା ଭବ୍ୟ ସ୍ବାଗତ

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆ କଜାନରେ ପହଞ୍ଚିଛନ୍ତି। କାଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ଏବେବି ବାଂଲାଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି ଶେଖ ହାସିନା! ରାଷ୍ଟ୍ରପତିଙ୍କ ଦାବିକୁ ନେଇ ବଢୁଛି ରାଜନୈତିକ ଉଷ୍ମତା

ଢାକା,୨୨।୧୦: ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ କହିଛନ୍ତି ଯେ ଶେଖ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର କୌଣସି ଡକ୍ୟୁମେଣ୍ଟାରୀ ପ୍ରମାଣ ନାହିଁ। ବାଂଲାଦେଶରେ ତତ୍କାଳୀନ...

ରୁଷିଆ ଯିବା ପୂର୍ବରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆର କଜାନ ଅଭିମୁଖେ ବାହାରିଛନ୍ତି। ସେ ସକାଳ ପ୍ରାୟ ୭.୪୦ ସମୟରେ...

ହସ୍ପିଟାଲ ତଳେ ନଗଦ ସୁନା ଲୁଚାଇ ରଖିଛି ହେଜବୋଲ୍ଲା!

ଜେରୁଜେଲମ,୨୨।୧୦: ଏକ ବର୍ଷରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ, ଏହି ଯୁଦ୍ଧର ନିଆଁ ଲେବାନାନ ଏବଂ...

ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ କିଙ୍ଗ୍‌ ଚାଲର୍‌ସଙ୍କୁ ସିନେଟରଙ୍କ ଦୁର୍ବ୍ୟବହାର

ମେଲ୍‌ବୋର୍ନ,୨୨ା୧୦ : ବ୍ରିଟେନ ରାଜା ଚାଲର୍‌ସ ଅଷ୍ଟ୍ରେଲିଆ ପାର୍ଲାମେଣ୍ଟକୁ ଯାଇଥିବାବେଳେ ସେଠାରେ ଲିଡିଆ ଥୋର୍ପେ ନାମ୍ନୀ ଜଣେ ସ୍ବାଧୀନ ସିନେଟର ତାଙ୍କୁ ଅପମାନିତ କରିଛନ୍ତି। କିଙ୍ଗ...

ଆଣ୍ଡାମାନ ସାଗରରେ ବୁଡ଼ିଗଲା ବୋଟ୍‌: ୭ ମୃତ, ୩୦ ନିଖୋଜ

ବ୍ୟାଙ୍କ୍‌କ,୨୧ା୧୦: ମ୍ୟାନ୍‌ମାରର ଏକ ବୋଟ୍‌ ଆଣ୍ଡାମାନ ସାଗରରେ ବୁଡ଼ିଯିବାରୁ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୩୦ ଜଣ ନିଖୋଜ ଅଛନ୍ତି। ବୋଟ୍‌ଟି ୭୦ରୁ...

ଭିନ୍ନ ଅବତାରରେ ଟ୍ରମ୍ପ, ପ୍ରସ୍ତୁତ କଲେ McDonald ଫ୍ରେଞ୍ଚ ଫ୍ରାଇଜ

ପେନସିଲଭାନିଆ,୨୧।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସେଠାରେ ଭିନ୍ନ ଭିନ୍ନ ନିର୍ବାଚନ କୌଶଳ ମଧ୍ୟ ଗ୍ରହଣ କରାଯାଉଛି। ଏବେ ରିପବ୍ଲିକାନ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri