ପୁଟିନଙ୍କ ହେବ କ୍ୟାନସର ଅପରେଶନ

କ୍ୱିଭ୍‌,୧ା୫: ରୁଷିଆ ରାଷ୍ଟ୍ରପତି ଭାଦିମିର ପୁଟିନ କ୍ୟାନସର ଅପରେଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ୟୁକ୍ରେନ ସହ ଯୁଦ୍ଧ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଖବର ମୁତାବକ, ପୁଟିନ ଏହି ଆକ୍ରମଣକୁ ସାମୟିକ ଭାବେ ନିୟନ୍ତ୍ରଣ କରିବା ପାଇଁ ପୂର୍ବତନ ଏଫ୍‌ଏସ୍‌ବି ମୁଖ୍ୟ ନିକୋଲାଇ ପେଟ୍ରୁଶେଭଙ୍କୁ ହାର୍ଡଲାଇନକୁ ମନୋନୀତ କରିବେ।

ରୁଷିଆର ସୁରକ୍ଷା ପରିଷଦର ବର୍ତ୍ତମାନର ସଚିବ ୭୦ ବର୍ଷୀୟ ପେଟ୍ରୁଶେଭଙ୍କୁ ଯୁଦ୍ଧ ରଣନୀତିର ଏକ ପ୍ରମୁଖ ବାସ୍ତୁକାର ଭାବେ ଗ୍ରହଣ କରାଯାଉଛି। ତେଣୁ ତାଙ୍କ କଥାକୁ ପୁଟିନ ମାନିଛନ୍ତି। ପେଟୁଶେଭ୍‌ କହିଛନ୍ତି, ମୁଁ ଜାଣେନା ପୁଟିନ ଅପରେଶନ ପରେ କେତେଦିନ ସୁସ୍ଥ ରହିବେ। କିଛିଦିନ ପର୍ଯ୍ୟନ୍ତ କ୍ଷମତା ହସ୍ତାନ୍ତର କରାଯିବା ଉଚିତ୍‌।  ପୁଟିନ କିଛିଦିନ ଯୁଦ୍ଧ ବନ୍ଦ ରଖିବାକୁ ରାଜି ହୋଇଛନ୍ତି।

ସୂଚନାଯୋଗ୍ୟ, ପୁଟିନଙ୍କର ପେଟରେ କ୍ୟାନସର ହୋଇଛି। ୧୮ ମାସ ପୂର୍ବରୁ ତାଙ୍କୁ ପାର୍କିନ୍‌ସନ୍ସ ହୋଇଥିଲା। ଆସନ୍ତା ୯ ତାରିଖରେ ତାଙ୍କର ଅପରେଶନ କରାଯିବ। ଏହି ଅପରେଶନ ଏପ୍ରିଲ ଦ୍ୱିତୀୟ ସପ୍ତାହ ପାଇଁ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ଏଥିରେ ବିଳମ୍ବ ହୋଇଥିଲା। ଆଉ ବିଳମ୍ବ ହେବ ନାହିଁ ବୋଲି ଜଣାପଡ଼ିଛି।

Share