ବିମାନ ଭିତରେ ଥିବା ଗ୍ରେନେଡ ବିସ୍ଫୋରଣରେ ପ୍ରିଗୋଝିନଙ୍କ ହୋଇଥିଲା ମୃତ୍ୟୁ, ସ୍ପଷ୍ଟ କଲେ ପୁଟିନ

ମସ୍କୋ,୬।୧୦: ଋଷିଆର ଘରୋଇ ସେନା ୱାଗନର୍‌ ଗ୍ରୁପ ମୁଖ୍ୟ ୟେଭେଗିନ ପ୍ରିଗୋଝିନଙ୍କ ମୃତ୍ୟୁକୁ ନେଇ ଏକ ବଡ ସୂଚନା ମିଳିଛି। ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରିଗୋଝିନଙ୍କ ମୃତ୍ୟୁର ସତ୍ୟତାକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରିଗୋଝିନଙ୍କ ମୃତ୍ୟୁ ଗ୍ରେନେଡ ଦ୍ୱାରା ହୋଇଥିଲା। ବିମାନରେ କୌଣସି ମିସାଇଲ ମାଡ କରାଯାଇ ନାହିଁ। କିନ୍ତୁ ବିମାନ ଭିତରେ ଥିବା ଗ୍ରେନେଡ ଦ୍ୱାରା ବିସ୍ଫୋରଣ ଘଟି ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା।

ଭାଲଡାଇ କ୍ଲବର ଏକ ବୈଠକରେ ପୁଟିନ ଆହୁରି କହିଛନ୍ତି, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶରୀରରେ ବିସ୍ଫୋରକ ସାମଗ୍ରୀ ଗ୍ରେନେଡର ଅଂଶ ଦେଖିବାକୁ ମିଳିଥିଲା। ଯାହା ପ୍ରମାଣ କରେ ବିମାନରେ ଭିତରେ ଥିବା ଗ୍ରେନେଡରେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।

Share