ବୋରିସ୍‌ଙ୍କୁ ହତ୍ୟା ଧମକ ଦେଇଥିଲେ ପୁଟିନ୍‌

ମସ୍କୋ,୩୧।୧:ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ହତ୍ୟା ଧମକ ଦେଇଥିବା କଥା ମିଛ ବୋଲି କ୍ରେମ୍‌ଲିନ୍‌ କହିଛି। କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସକୋଭ କହିଛନ୍ତି ଯେ, ଜନ୍‌ସନ୍‌ ଯାହା କହିଛନ୍ତି ତାହା ସତ ନୁହେଁ। ପୁଟିନ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ଙ୍କୁ ହତ୍ୟା ଧମକ ଦେବାର କୌଣସି କାରଣ ନାହିଁ। ବର୍ଷକ ମଧ୍ୟରେ ଓ୍ବାଲର୍‌ଡ ଲିଡରଙ୍କ ସହ ପୁଟିନ୍‌ଙ୍କ ବାର୍ତ୍ତାଳାପକୁ ନେଇ ବିବିସି ସୋମବାର ଜାରି କରିଥିବା ଡକ୍ୟୁମେଣ୍ଟାରି ଅନୁସାରେ, ମସ୍କୋ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବାର କିଛିଦିନ ପୂର୍ବରୁ ପୁଟିନ୍‌ ଟେଲିଫୋନ୍‌ ଯୋଗେ ଜନ୍‌ସନ୍‌ଙ୍କୁ ହତ୍ୟା ଧମକ ଦେଇଥିବା ଉଲ୍ଲେଖ କରାଯାଇଛି।

Share