‘ପୁଟିନ ଅମ୍ଳଜାନ ଖୋଜୁଛନ୍ତି’

ଓ୍ବାଶିଂଟନ,୬ା୧: ରୁଷିଆ ୩୬ ଘଣ୍ଟିଆ ଅସ୍ତ୍ର ବିରତି ଘୋଷଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଟିନଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ୟୁକ୍ରେନ ଆକ୍ରମଣରେ ଅସୁବିଧାରେ ପଡ଼ିଥିବା ପୁଟିନ ଅସ୍ତ୍ରବିରତି ଉଲ୍ଲଂଘନ ମାଧ୍ୟମରେ ନିଜ ପାଇଁ ଅମ୍ଳଜାନ ଖୋଜୁଛନ୍ତି।

ଯେତେବେଳେ ହ୍ବାଇଟ୍‌ ହାଉସର ଖବରଦାତାମାନେ ବାଇଡେନଙ୍କୁ ପ୍ରସ୍ତାବିତ ଅସ୍ତ୍ରବିରତି ଉଲ୍ଲଂଘନ ବିଷୟରେ ପ୍ରଶ୍ନ ପଚାରିଥିଲେ, ସେତେବେଳେ ସେ କହିଥିଲେ,‘ମୁଁ ପୁଟିନଙ୍କ ବିଷୟରେ କୌଣସି ଉତ୍ତର ଦେବାକୁ ଅନିଚ୍ଛା ପ୍ରକାଶ କରୁଛି। କିନ୍ତୁ ଏହା ମୁଁ କୌତୂହଳ ମନେ କରିଛି ଯେ, ସେ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ସେ ଡାକ୍ତରଖାନା, ନର୍ସରୀ ଏବଂ ଚର୍ଚ୍ଚ ଉପରେ ବୋମା ପକାଇବାକୁ ପ୍ରସ୍ତୁତ ଥିଲେ। ମୁଁ ଭାବୁଛି, ସେ କିଛି ଅମ୍ଳଜାନ ଖୋଜିବାକୁ ଚେଷ୍ଟା କରୁଛନ୍ତି।

Share