ୟୁକ୍ରେନ୍‌ ସହ ବନ୍ଦ କରିବାକୁ ଚାହୁଁଛନ୍ତି ପୁଟିନ, କିନ୍ତୁ…

କିଭ୍‌,୨୩।୧୨: ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛି ରୁଷିଆ, କିନ୍ତୁ ଏଥିପାଇଁ କୂଟନୈତିକ ସମାଧାନର ଆବଶ୍ୟକତା ରହିଛି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ପୁଟିନ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ଏହି ବିବାଦର ଅନ୍ତ ଘଟାଇବା। ଆମେ ଏଥିପାଇଁ ଚେଷ୍ଟା କରୁଛୁ ଏବଂ ଉଦ୍ୟମ ଜାରି ରଖିବୁ। ଏହି ସବୁ ବିବାଦ ଯେତେ ଶୀଘ୍ର ସମାପ୍ତ ହେବ ସେତେ ଭଲ ହେବ। ତେବେ ୟୁକ୍ରେନ ଏବଂ ଏହାର ସହଯୋଗୀମାନେ ପୁଟିନଙ୍କ ମନ୍ତବ୍ୟକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି।
ହ୍ବାଇଟ ହାଉସର ମୁଖପାତ୍ର ଜନ କିର୍ବି କହିଛନ୍ତି, ପୁଟିନ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଦର୍ଶାଇଛନ୍ତି। କିନ୍ତୁ ଏଥିରେ ସନ୍ଦେହ ରହିଛି। ଫେବୃଆରୀ ୨୪ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣରୁ ଆରମ୍ଭ ହୋଇଥିବା ଯୁଦ୍ଧର ସମାପ୍ତି କିଛି ଦେଖାଯାଉ ନାହିଁ।
ଆମେରିକାର ଗସ୍ତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ଯୁଦ୍ଧ ବନ୍ଦ କରିବା ପାଇଁ ସେ ରୁଷିଆ ସହିତ କୌଣସି ଚୁକ୍ତି କରିବେ ନାହିଁ। ରୁଷିଆର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆମେରିକାର ସମର୍ଥନ ପ୍ରତି ଧ୍ୟାନ ଦେଇ ଆମେ ମୁଣ୍ଡ ନୁଆଁଇବାକୁ ଯାଉ ନାହୁଁ ବୋଲି ସେ କହିଛନ୍ତି। ନିକଟରେ ଆମେରିକା ୟୁକ୍ରେନକୁ ୧.୮୫ ବିଲିୟନ ଡଲାର ସାମରିକ ସହାୟତା ଘୋଷଣା କରିଥିଲା।

Share