ଯୁଦ୍ଧାବସାନ ଚାହାନ୍ତି ପୁଟିନ୍‌

ମସ୍କୋ/ଲଣ୍ଡନ,୨୪।୧୨: ୟୁକ୍ରେନ୍‌ ଯୁଦ୍ଧ ଶୀଘ୍ର ଶେଷ ହେବା ରୁଷିଆର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଯେକୌଣସିମତେ ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ ସେତେ ଭଲ ବୋଲି ସେ ଖବରଦାତାମାନଙ୍କୁ କହିଛନ୍ତି। ତେବେ ସେମାନଙ୍କ ଉଦ୍‌ବେଗକୁ ୟୁକ୍ରେନ୍‌ ଏବଂ ଆମେରିକା ଶୁଣିବାକୁ ନାରାଜ। ରୁଷିଆକୁ ଦୁର୍ବଳ କରିବା ଲାଗି ଆମେରିକା ୟୁକ୍ରେନ୍‌କୁ ଏକ ଯୁଦ୍ଧକ୍ଷେତ୍ର ଭାବେ ବ୍ୟବହାର କରୁଥିବା କ୍ରେମ୍‌ଲିନ୍‌ ଅଭିଯୋଗ କରିଛି। ପୂର୍ବ ଡୋନେସ୍କକୁ ରୁଷିଆ ନିୟନ୍ତ୍ରଣକୁ ନେଇଥିବା ଏହାର ସେନାମୁଖ୍ୟ କହିଛନ୍ତି। କିଭ୍‌ ସହ ଆଲୋଚନା ପାଇଁ ମସ୍କୋ ଆଗ୍ରହୀ ବୋଲି କିଛି ମାସ ହେଲା ଏହାର ଅଧିକାରୀମାନେ କହି ଆସୁଛନ୍ତି। ତେବେ ୟୁକ୍ରେନ୍‌ ରାଷ୍ଟ୍ରପତି ଭେଲୋଡିମିର ଜେଲେନ୍‌ସ୍କି କୂଟନୈତିକ ଚ୍ୟାନେଲଗୁଡ଼ିକୁ ବନ୍ଦ କରିଦେବା ସହ ପୁଟିନ୍‌ କ୍ଷମତାରେ ଥିବା ପର୍ଯ୍ୟନ୍ତ ବୁଝାମଣା ହେବ ନାହିଁ ବୋଲି କହୁଥିବା ରୁଷିଆ ଅଭିଯୋଗ କରିଛି।
ଜେଲେନସ୍କି ଓ୍ବାଶିଂଟନ ଗସ୍ତ କରି ଫେରିଛନ୍ତି। ୟୁକ୍ରେନ୍‌କୁ ସହାୟତା କରିବା ବିଶ୍ୱ ସୁରକ୍ଷା ପାଇଁ ପୁଞ୍ଜିନିବେଶ ଭଳି ବୋଲି ସେ ଆମେରିକା କଂଗ୍ରେସରେ କହିଥିଲେ। ବୁଧବାର ତାଙ୍କୁ କଂଗ୍ରେସରେ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ପାଟ୍ରିଅଟ୍‌ ମିଶାଇଲ ସମେତ ୧.୮ ବିଲିୟନ ଡଲାରର ସାମରିକ ସହାୟତା ଯୋଗାଇଦେବେ ବୋଲି ଘୋଷଣା କରିଥିଲେ। ଏହା ବିବାଦକୁ ଆହୁରି ବଢ଼ାଇବ ବୋଲି ପୁଟିନ୍‌ ସତର୍କ କରାଇ ଦେଇଛନ୍ତି।
ୟୁକ୍ରେନ୍‌ ସହ ବିବାଦକୁ ପୁଟିନ୍‌ ପ୍ରଥମ ଥର ପାଇଁ ଯୁଦ୍ଧ ବୋଲି କହିଛନ୍ତି। ସେ ଯୁଦ୍ଧ ଶବ୍ଦ ବ୍ୟବହାର କରି ନିଜ ଆଇନକୁ ଭାଙ୍ଗିଥିବା ସେଣ୍ଟ ପିଟର୍ସବର୍ଗ ରାଜନେତା ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ଫେବୃୟାରୀରୁ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ଚଳାଇଥିବାବେଳ ପୁଟିନ ଏହାକୁ ସ୍ବତନ୍ତ୍ର ସାମରିକ ଅଭିଯାନ କହିଆସୁଥିଲେ। ସଶସ୍ତ୍ର ବଳ ବିରୋଧରେ ଜାଣିଶୁଣି ମିଛ ତଥ୍ୟ ପ୍ରସାର କଲେ ଅର୍ଥଦଣ୍ଡ ସହ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଗତ ମାର୍ଚ୍ଚରେ ପୁଟିନ୍‌ ଏକ ଆଇନରେ ସ୍ବାକ୍ଷର କରିଥିଲେ। ସାମରିକ ଅଭିଯାନକୁ ଯୁଦ୍ଧ କହିଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନରେ ଉଲ୍ଲେଖ ରହିଛି। ତେବେ ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣକୁ ଯୁଦ୍ଧ କହି ନିଜ ଆଇନର ଉଲ୍ଲଂଘନ କରିଛନ୍ତି। ସେଣ୍ଟ ପିଟର୍ସବର୍ଗର ବିରୋଧୀ ଦଳ କାଉନସିଲର ନିକିତା ୟୁଫେରେଭ୍‌ କହିଛନ୍ତି, ସେ କରିଥିବା ଆଇନଗତ ଚ୍ୟାଲେଞ୍ଜର କିଛି ଫଳ ହେବ ନାହିଁ। ତେବେ ବ୍ୟବସ୍ଥାର ମିଛକୁ ପଦାରେ ପକାଇବା ଲାଗି ସେ ମାମଲା ଦାଏର କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ପୁଟିନ୍‌ ପ୍ରସ୍ତୁତ

ମସ୍କୋ,୧୦ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍‌କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍‌ ଡଲାରର ସହାୟତା...

ଟ୍ରମ୍ପଙ୍କୁ ନେଇ କୋର୍ଟଙ୍କ ବଡ଼ ରାୟ, ସମସ୍ତ ୩୪ ଅଭିଯୋଗରୁ…

ଓ୍ବାଶିଂଟନ,୧୦।୧: ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହସ୍‌ ମନି ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କୁ ସମସ୍ତ ୩୪ଟି ଅଭିଯୋଗରୁ ନିଃସର୍ତ୍ତ...

ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବକୁ ଜିନ୍‌ପିଙ୍ଗଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ, ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ନୁହେଁ? ଜାତୀୟ ରାଜନୀତିରେ ଚର୍ଚ୍ଚା ବଢ଼ିଲା… 

ନୂଆଦିଲ୍ଲୀ,୧୦।୧: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଜାନୁଆରୀ ୨୦ରେ ଶପଥ ନେବେ। ଟ୍ରମ୍ପ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା...

‘କାଲିଫର୍ନିଆ ନଚେତ ଭର୍ମଣ୍ଟ ଆମକୁ ଦେଇ ଦିଅନ୍ତୁ’; ଟ୍ରମ୍ପଙ୍କୁ ପାଲଟା ଅଫର ଦେଲେ ଟ୍ରୁଡୋ…

ଓଟାଓ୍ବା,୧୦।୧: କାନାଡ଼ାକୁ ଆମେରିକାର ୫୧ତମ ରାଜ୍ୟ କରିବା ଲାଗି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବର ଜବାବ ଦେଇଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଯେତେବେଳେ ଟ୍ରମ୍ପ କାନାଡ଼ାକୁ...

ଆତଙ୍କବାଦୀଙ୍କ ହାତରେ ଲାଗିବ ପରମାଣୁ ବୋମା, ଲୁଟିନେଲେ ୟୁରେନିୟମ, ୧୮ ବୈଜ୍ଞାନିକଙ୍କୁ ଅପହରଣ

ଇସଲାମାବାଦ,୧୦।୧: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ପାକିସ୍ତାନ ପରମାଣୁ ଶକ୍ତି ଆୟୋଗ (PAEC)ର ୧୬ ଜଣ କର୍ମଚାରୀ ଏବଂ ବୈଜ୍ଞାନିକଙ୍କୁ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଅପହରଣ...

ଏହି ସରକାରଙ୍କ ଆସିଲା ବଡ଼ ଯୋଜନା: ପିଲା ଜନ୍ମ କଲେ ଛାତ୍ରୀଙ୍କୁ ମିଳିବ ଲକ୍ଷେ ରୁବଲ ପ୍ରୋତ୍ସାହନ ରାଶି

ମସ୍କୋ,୧୦ା୧: ରୁଷିଆର କରେଲିଆ ଅଞ୍ଚଳର ସ୍ଥାନୀୟ ସରକାରଙ୍କ ଦ୍ୱାରା ୨୫ ବର୍ଷରୁ କମ୍‌ ବୟସର ଛାତ୍ରୀମାନଙ୍କୁ ପିଲା ଜନ୍ମ କଲେ ୧ ଲକ୍ଷ ରୁବଲ (ପ୍ରାୟ...

ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ହଟାଇବାକୁ ଏଲୋନ ମସ୍କ କରୁଛନ୍ତି ସିକ୍ରେଟ ମିଟିଂ! ରିପୋର୍ଟରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଲଣ୍ଡନ,୧୦।୧: ଟେସଲାର ସିଇଓ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ଏବେ ବ୍ରିଟିଶ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି। ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ,...

ଗିରଫ ହେବେ ଟ୍ରମ୍ପ? ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟ୍‌କା

ଓ୍ବାଶିଂଟନ,୧୦।୧: ହସ୍‌ ମନି ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ନିଷ୍ପତ୍ତି ଟ୍ରମ୍ପଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri