କିମଙ୍କଠାରୁ ଅସ୍ତ୍ରଶସ୍ତ୍ର ଚାହୁଁଛନ୍ତି ପୁଟିନ୍‌: ଆମେରିକା…

ଓ୍ବାଶିଂଟନ,୨୯।୭ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ କିମ୍‌ ଜୋଙ୍ଗ ଉନଙ୍କଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଅସ୍ତ୍ରଶସ୍ତ୍ର ଚାହୁଁଛନ୍ତି। ଏସମ୍ପର୍କରେ ଆମେରିକା ସୂଚନା ପ୍ରଦାନ କରିଛି। ୟୁକ୍ରେନ୍‌ ଯୁଦ୍ଧରେ ନିଜର ଅସ୍ତ୍ରଶସ୍ତ୍ର ଶେଷ ହୋଇଥିବାରୀୁ ପୁଟିନ ଏଭଳି କରୁଥିବା ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଶନିବାର ଏଭଳି କହିଛନ୍ତି।

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ଶର୍ଗେଇ ଶୋଇଗୁ ଉତ୍ତର କୋରିଆ ଗସ୍ତରୁ ଫେରିବା ପରେ ବ୍ଲିଙ୍କେନ ଏହି ମନ୍ତବ୍ୟ ଦେଇଛନ୍ତି। ରୁଷିଆ ଏବେ ନିଜ ସହଯୋଗୀଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣିବାର ଉଦ୍ୟମ କରୁଛି। ଯାହାଦ୍ୱାରା ୟୁକ୍ରେନ ଉପରେ ପୁଣି ଜୋରଦାର ଆକ୍ରମଣ କରାଯାଇ ପାରିବ। ଏହା ସହିତ ରୁଷିଆ ଇରାନଠାରୁ ଆବଶ୍ୟକ ସାମରିକ ଉପକରଣ କିଣୁଛି। ୟୁକ୍ରେନ୍‌ ଯୁଦ୍ଧରେ ଏବେ ଇରାନ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଉଥିବା ସେ କହିଛନ୍ତି।

Share