ନୋ ଫ୍ଲାଏ ଜୋନ୍‌କୁ ନେଇ ପୁଟିନଙ୍କ ଚେତାବନୀ

କ୍ୱିଭ୍‌,୫ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ୧୦ ଦିନରେ ପହଞ୍ଚିଛି। ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି। ଏହି ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କନ ବ୍ରସେଲ୍ସରେ ୟୁରୋପୀୟ କାଉନସିଲର ସଭାପତି ଚାଲର୍‌ସ ମିସେଲଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ ଦୁହେଁ ‘ୟୁକ୍ରେନର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପାଇଁ ସମର୍ଥନ’ ଉପରେ ଆଲୋଚନା କରିଥିଲେ। ଏଥି ସହିତ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣର ଭୟାବହତା ମଧ୍ୟରେ ବର୍ତ୍ତମାନ ପାଶ୍ଚାତ୍ୟ ଦେଶରୁ ବ୍ୟବସାୟୀମାନଙ୍କୁ ରାଜଧାନୀ କ୍ୱିଭ୍‌ ସମେତ ଅନ୍ୟାନ୍ୟ ପ୍ରମୁଖ ସହରକୁ ପଠାଯାଉଛି। ଶନିବାର ରୁଷିଆ ଦୂତାବାସ ଦ୍ୱାରା ଏହି ସୂଚନା ଦିଆଯାଇଛି।

ରୁଷିଆ ରାଷ୍ଟ୍ରପତି ପୁଟିନ କହିଛନ୍ତି, ଯଦି କୌଣସି ଦେଶ ୟୁକ୍ରେନ ଉପରେ ନୋ ଫ୍ଲାଏ ଜୋନ୍‌ ଲାଗୁ କରିବେ ତେବେ ମୁଁ ମାନିନେବି ଯେ ଏହା ସୈନ୍ୟ ସଂଘର୍ଷ ସହ ଜଡ଼ିତ।

Share