ଟାକ୍ସି ଚଲାଉଥିଲେ ପୁଟିନ୍‌

ମସ୍କୋ, ୧୪ା୧୨: ସୋଭିଏଟ ସଂଘ ଭାଙ୍ଗିବା ପରେ ବ୍ୟାପକ ଅର୍ଥ ସଙ୍କଟର ସମ୍ମୁଖୀନ ହୋଇଥିଲେ ରୁଷିଆବାସୀ। ଏଥିରୁ ବାଦ୍‌ ପଡ଼ି ନ ଥିଲେ ରୁଷିଆର ବର୍ତ୍ତମାନ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ଏଥିପାଇଁ ସେ ଟାକ୍ସି ମଧ୍ୟ ଚଲାଇଥିଲେ ବୋଲି ପୁଟିନ ‘ରୁଷିଆ। ରିସେଣ୍ଟ ହିଷ୍ଟ୍ରି’ ନାମକ ଏକ ଅପ୍‌କମିଂ ଡକ୍ୟୁମେଣ୍ଟାରି ପ୍ରସାରଣ ବେଳେ ରବିବାର ପୁଟିନ୍‌ଙ୍କ ଏହି କମେଣ୍ଟ ସାମ୍‌ନା ଆସିଛି। ସେ କହିଥିଲେ, ସୋଭିଏଟ୍‌ ସଂଘ ଭାଙ୍ଗିବା ଐତିହାସିକ ରୁଷିଆର ପତନ ଥିଲା। ୩ ଦଶନ୍ଧି ତଳର ଏହି ଘଟଣା ଅଧିକାଂଶ ନାଗରିକଙ୍କ ପାଇଁ ଆଜି ମଧ୍ୟ ଦୁଃଖଦ ହୋଇରହିଛି। ସେତେବେଳେ ତାଙ୍କୁ ଅତିରିକ୍ତ ଅର୍ଥ ରୋଜଗାର କରିବା ଜରୁରୀ ହୋଇପଡ଼ିଥିଲା। ତେଣୁ ସେ ଡ୍ରାଇଭର ହୋଇ ଲୋକଙ୍କୁ ଭଡ଼ାରେ ନେବା ଆଣିବା କରୁଥିଲେ। ସେତେବେଳେ ରୁଷିଆରେ କାର୍‌ ମଧ୍ୟ ବହୁ କମ୍‌ ମାତ୍ରାରେ ଉପଲବ୍ଧ ଥିଲା। ଅନେକେ ଆମ୍ବୁଲାନ୍ସକୁ ମଧ୍ୟ ଟାକ୍ସି କରି ତାହାକୁ ଭଡ଼ାରେ ଲଗାଉଥିଲେ। ସୂଚନାଯୋଗ୍ୟ, ୧୯୯୧ରେ ସୋଭିଏଟ୍‌ ୟୁନିୟନର ପତନ ଘଟିଥିଲା। ପରେ ରୁଷିଆ ଏକ ସ୍ବତନ୍ତ୍ର ରାଷ୍ଟ୍ର ହୋଇଥିଲା।

Share