ମସ୍କୋ,୧୫।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କର୍କଟ ରୋଗ ପାଇଁ କେମୋଥେରାପି ନେଉଛନ୍ତି। ଏହି ଚିକିତ୍ସା ବେଳେ ତାଙ୍କୁ ନିଜ ଲୋକ ହତ୍ୟା କରିପାରନ୍ତି। ପେଣ୍ଟାଗନ୍ ଡକ୍ୟୁମେଣ୍ଟରେ ଏ ସମ୍ପର୍କିତ ଯୋଜନାର ପ୍ରଘଟ ହୋଇଛି। ‘ଟପ୍ ସିକ୍ରେଟ୍’ ଭାବେ ବର୍ଗୀକୃତ ଉକ୍ତ ଦସ୍ତାବିଜରୁ ସଙ୍କେତ ମିଳିଛି ଯେ, ରୁଷୀୟ ଚିଫ୍ ଅଫ୍ ଜେନେରାଲ ଷ୍ଟାଫ୍ ଭଲେରି ଗେରାସିମୋଭ୍ ଓ ଜାତୀୟ ସୁରକ୍ଷା ପରିଷଦ ସେକ୍ରେଟାରି ନିକୋଲୟ ପଟ୍ରୁଶେଭ୍ ପୁଟିନ୍ଙ୍କୁ କେମୋଥେରାପି ଚିକିତ୍ସା କରାଯାଉଥିବାବେଳେ ହତ୍ୟା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି।