ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ପୁଟିନ୍‌

ମସ୍କୋ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଆଉ ୬ ବର୍ଷ କ୍ଷମତାରେ ରହିବାକୁ ଇଚ୍ଛାପ୍ରକାଶ କରିଛନ୍ତି। ଆସନ୍ତା ମାର୍ଚ୍ଚ ୧୭ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ସେ ନିଜର ପ୍ରାର୍ଥତ୍ତ୍ୱ ଘୋଷଣା କରିଛନ୍ତି ଏବଂ ସେ ବିଜୟୀ ହେବା ନିଶ୍ଚିତ। ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆର ବହୁ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି। ଏହାକୁ ନେଇ ପୁଟିନ୍‌ ଦେଶ ଭିତରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଜୁନ୍‌ରେ ଘରୋଇ ସେନା ମୁଖ୍ୟ ୟେଭଗେନି ପ୍ରିଗୋଝିନ୍‌ଙ୍କ ବିଦ୍ରୋହ ଯୋଗୁଁ ପୁଟିନ୍‌ କ୍ଷମତା ହରାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ ବିଦ୍ରୋହ ଭଣ୍ଡୁର ହୋଇଯାଇଥିଲା।

Share