ମସ୍କୋ୧୬।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ୨୭ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେବେ ନାହିଁ। ସେଠାରେ କୌଣସି ସଫଳତା ମିଳିବା ଆଶା ନ ଥିବାରୁ ସେ ଏପରି ନିଷ୍ପତ୍ତି ଦେଇଛି। ରବିବାର ରୁଷିଆର ରାଷ୍ଟ୍ରପତିଙ୍କ ଜଳବାୟୁ ପରାମର୍ଶଦାତା ରୁସଲାନ ଆଡେଲଗାରିଏଭ ଏହି ସୂଚନା ପ୍ରଦାନ କରିଛନ୍ତି। ଅତୀତରେ, କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଥିଲେ ଯେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପାଇଁ ରୁଷିଆର ନେତା ନଭେମ୍ବର ୬-୧୮ ମଧ୍ୟରେ ଇଜିପ୍ଟକୁ ଯିବେ ନାହିଁ।
ଶେଷ ଥର ପାଇଁ ୨୦୧୫ରେ ଜାତିସଂଘର ଜଳବାୟୁ ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ଯୋଗ ଦେଇଥିଲେ। ୨୭ତମ ଜଳବାୟୁ ପରିବର୍ତ୍ତନ ମିଶରର ଶର୍ମ ଏଲ ଶେଖରେ ୬ ରୁ ୧୮ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।