ମସ୍କୋ,୧୦।୧୧ : ଆସନ୍ତା ସପ୍ତାହରେ ଇଣ୍ଡୋନେସିଆର ବାଲିରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ନାହିଁ। ରାଷ୍ଟ୍ରପତି ପୁଟିନଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଇଣ୍ଡୋନେସିଆ ଯିବେ। ରୁଷିଆ ଦୂତାବାସରୁ ଏହି ସୂଚନା ପ୍ରକାଶ ପାଇଛି।
କିଛି ଦିନ ପୂର୍ବରୁ ଭାଲଡାଇ ଡିକ୍ସନ ଗ୍ରୁପକୁ ସମ୍ବୋଧିତ କରିବା ସମୟରେ ପୁଟିନ କହିଥିଲେ ଯେ ୧୫ ଘଣ୍ଟା ବିମାନ ଯାତ୍ରା ପରେ ସେ ବାଲିଯାତ୍ରା କରିବେ କି ନାହିଁ ସେ ନେଇ ନିଷ୍ପତ୍ତି ନେଇ ନାହାଁନ୍ତି। କିନ୍ତୁ ଯଦିଓ ମୁଁ ନ ଯାଏ, ଏକ ଉଚ୍ଚ ସ୍ତରୀୟ ରୁଷିାର ପ୍ରତିନିଧୀ ଦଳ ସେଠାକୁ ଯିବେ। ତେବେ ବର୍ତ୍ତମାନ ସେ ଶିଖର ସମ୍ମିଳନୀରେ ଯୋଗ ଦେବେ ନାହିଁ ବୋଲି ସରକାରୀ ଭାବେ ନିଶ୍ଚିତ ହୋଇଛି।