ମସ୍କୋ, ୧୩।୧୨: ଚଳିତବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ବର୍ଷ ଶେଷ ଖବରଦାତା ସମ୍ମିଳନୀ କରିବେ ନାହିଁ ବୋଲି କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ ସୂଚନା ଦେଇଛନ୍ତି। ବିଦେଶ ଗସ୍ତ ସମୟରେ ଚଳିତବର୍ଷ ପୁଟିନ୍ ଏକାଧିକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଛନ୍ତି। ପ୍ରତିବର୍ଷ ଡିସେମ୍ବରରେ ପୁଟିନ୍ଙ୍କ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥାଏ। ଗତବର୍ଷ ପୁଟିନ୍ ୪ ଘଣ୍ଟା ଧରି ଏହି ସମ୍ମିଳନୀରେ ଯୋଗ ଦେଇ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।