ଚାଇନା ଗସ୍ତ କରିବେ ପୁଟିନ, ବିଆଇଆଇ ସମ୍ମିଳନୀରେ ଦେବେ ଯୋଗ…

ବେଜିଂ,୧୨।୧୦ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ତାଙ୍କ ସ୍ବପ୍ନର ପ୍ରକଳ୍ପ ବେଲ୍ଟ ଆଣ୍ଡ ରୋଡର ୧୦ ବର୍ଷର ପୂରଣ ଅବସରରେ ଆସନ୍ତା ସପ୍ତାହରେ ଏକ ଶିଖର ସମ୍ମିଳନୀ କରିବାକୁ ଯାଉଛନ୍ତି। ଏହି ସମ୍ମିଳନୀରେ ବିଶ୍ୱର ୧୩୦ ଦେଶ ଯୋଗ ଦେବାକୁ ରାଜି ହୋଇଛନ୍ତି। ଭାରତ ଏହି ସମ୍ମିଳନୀ ଠାରୁ ଦୂରତା ବଜାୟ ରଖିଛି ଏବଂ ବିଆଇଆଇର ଏକ ଅଂଶ ନୁହେଁ ।

ଏହି ସମ୍ମିଳନୀରେ ଭାରତର ବନ୍ଧୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଅଂଶଗ୍ରହଣ କରିବେ। ନୂଆଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ପୁଟିନ ଅଂଶଗ୍ରହଣ କରିବାକୁ ଆସି ନ ଥିଲେ। ଗୋଟିଏ ପଟେ ଚାଇନା ଏହି ସମ୍ମିଳନୀ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି, କିନ୍ତୁ ଏହି ସମଗ୍ର ପ୍ରକଳ୍ପ ଶି ଜିନପିଙ୍ଗଙ୍କ ପାଇଁ ଗଳାର କଣ୍ଟା ପାଲଟିଛି । ବିଶ୍ୱରେ ନିଜର ପ୍ରଭାବ ବୃଦ୍ଧି କରିବାକୁ ଚାଇନା ଏହି ପ୍ରକଳ୍ପ ଆରମ୍ଭ କରିଥିଲା।

ଏହି ପଦକ୍ଷେପ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ଦୁଇ ଟ୍ରିଲିୟନ ଡଲାରରୁ ଅଧିକ ମୂଲ୍ୟର ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଅକ୍ଟୋବର ୧୭ ଏବଂ ୧୮ ରେ ଏହା ଅନୁଷ୍ଠିତ ହେବ।

Share