ଜିତିଯିବେ ପୁଟିନ

ଓ୍ବାଶିଂଟନ,୫।୧୨: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସ ଆମେରିକା କଂଗ୍ରେସକୁ ଚେତାବନୀ ଦେଇଛି। ହ୍ବାଇଟ ହାଉସ କହିଛି ଯଦି ୟୁକ୍ରେନକୁ ସହାୟତା ବନ୍ଦ ହୋଇଯାଏ ତେବେ ପୁଟିନ ଜିତିପାରିବେ।
ହ୍ବାଇଟ ହାଉସ ସୋମବାର ଏକ ଚେତାବନୀ ଦେଇଛି ଯେ ୟୁକ୍ରେନକୁ ଆମେରିକାର ସହାୟତା ବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିବ। ସେ କହିଛନ୍ତି ଯେ ଯଦି କଂଗ୍ରେସ ନୂତନ ଅର୍ଥ ପ୍ରଦାନରେ ରାଜି ନହୁଏ ତେବେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧରେ ବିଜୟୀ ହୋଇପାରନ୍ତି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଜେଟ ନିର୍ଦ୍ଦେଶକ ଶାଲାଣ୍ଡା ୟଙ୍ଗ ରିପବ୍ଲିକାନ ହାଉସର ବାଚସ୍ପତି ମାଇକ ଜନସନଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କରିବା ଦ୍ୱାରା ରୁଷର ଆକ୍ରୋଶ ବିରୋଧରେ ଲଢି କ୍ଷୁର୍ଣ୍ଣ ହେବ।

Share