ବିଦ୍ରୋହ ଧମକ ଦେଲେ ପୁଟିନ ସେନା

ମସ୍କୋ,୧୬।୧: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଆଉ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ରୁଷିଆ ସେନା ପୁଟିନଙ୍କୁ ବିଦ୍ରୋହର ଧମକ ଦେଇଛି। ରୁଷିଆର ସୈନିକମାନେ ଭ୍ଲାଦିମିର ପୁଟିନଙ୍କ ନାମରେ ଏକ ଭିଡିଓ ଜାରି କରି କହିଛନ୍ତି, ଶତ୍ରୁ ସହ ଲଢିବା ପୂର୍ବରୁ ଆମେ ବିପଦପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛୁ। ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଏବଂ ଅସ୍ତ୍ର ବିନା ମାଇନସ ୨୫ ଡିଗ୍ରୀ ସେଲସିୟସରେ ଲଢିବା ଅସମ୍ଭବ। ଯୁଦ୍ଧ ପୂର୍ବରୁ ଆମେ ବରଫ ହୋଇଯିବୁ।
ରୁଷିଆ ସୈନ୍ୟମାନେ ସାମରିକ ଉପକରଣ ଏବଂ ଖାଦ୍ୟ ଅଭାବର ଶିକାର ହେଉଛନ୍ତି। ଏହାଦ୍ୱାରା ସୈନିକମାନଙ୍କ ମନୋବଳ ଏବଂ ପ୍ରଭାବଶାଳୀ ଭାବରେ ଗତି କରିବାର କ୍ଷମତାକୁ ପ୍ରଭାବିତ କରୁଛି। ଖରାପ ଜୀବନଶୈଳୀ ବିରୋଧରେ ଠିଆ ହୋଇ ସୈନିକମାନେ ପୁଟିନଙ୍କୁ ବ୍ୟକ୍ତିଗତ ଭାବେ ସେମାନଙ୍କ ଦ୍ୱାରା ଉଠାଯାଇଥିବା ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି। ସେନାଧ୍ୟକ୍ଷ ଆମ କଥା ଶୁଣୁନାହାନ୍ତି, ଜବରଦସ୍ତି ଭାବେ କାର୍ଯ୍ୟ କରିବାକୁ ଆମ ଉପରେ ଚାପ ପଡୁଛି। ଦୁଇ ଡଜନରୁ ଅଧିକ ସୈନିକ ଏଭଳି ଅଭିଯୋଗ କରିଛନ୍ତି।

Share