୫ବର୍ଷ ଧରି ଜେଲେନ୍‌ସ୍କିଙ୍କୁ ଡେଟ୍‌ କରୁଛନ୍ତି ପୁଟିନ୍‌ଙ୍କ ଲଳନା

ମସ୍କୋ, ୧୯ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସାନ ଝିଅ କ୍ୟାଟେରିନା ଟିଖୋନୋଭାଙ୍କ ନୂଆ ପ୍ରେମିକଙ୍କ ନାଁ ଏବେ ଚର୍ଚ୍ଚାରେ। ଏହି ରୁଷୀୟ ବାଲେଟ୍‌ ଡ୍ୟାନ୍ସର ତଥା ନିର୍ଦ୍ଦେଶକଙ୍କ ନାମ ଆଇଗୋର୍‌ ଜେଲେନ୍‌ସ୍କି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ରୁଷିଆ ଆକ୍ରମଣ କରିଥିବା ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ନାଁ ମଧ୍ୟ ଭୋଲୋଡିମିର ଜେଲେନ୍‌ସ୍କି। ଯାହାକୁ ନେଇ ପୁଟିନ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇଗୋର ଓ କ୍ୟାଟେରିନା ୫ବର୍ଷ ବର୍ଷ ଧରି ସମ୍ପର୍କରେ ଥିବା ବେଳେ ତାଙ୍କର ଏକ ଝିଅ ରହିଛି। ଆଇଗୋର ଓ ତାଙ୍କ ଝିଅ ଏବେ ଜର୍ମାନୀର ମ୍ୟୁନିକ୍‌ରେ ଅଛନ୍ତି। ୟୁକ୍ରେନ୍‌ ଆକ୍ରମଣ ଯୋଗୁ ୟୁରୋପୀୟ ଦେଶଗୁଡ଼ିକ ମସ୍କୋ ଉପରେ କଟକଣା ଲଗାଇଥିବାରୁ କ୍ୟାଟେରିନା ସେଠାକୁ ଯାଇପାରୁନାହାନ୍ତି। ପୂର୍ବରୁ କ୍ୟାଟେରିନା ରୁଷିଆର ସର୍ବକନିଷ୍ଠ ବିଲିଓନେୟାର କିରିଲ୍‌ ଶାମାଲୋଭ(୪୦)ଙ୍କୁ ବିବାହ କରିଥିଲେ। ୨୦୧୭ରେ ଉଭୟେ ଅଲଗା ହୋଇଥିଲେ।କ୍ୟାଟେରିନାଙ୍କ ପୂର୍ବରୁ ଆଇଗୋର କୋରିଓଗ୍ରାଫର ୟାନା ସେରେବ୍ର଼୍ୟାକୋଭାଙ୍କୁ ବିବାହ କରିଥିବାବେଳେ ତାଙ୍କର ୨ ଝିଅ ଅଛନ୍ତି।

 

Share