ମସ୍କୋ, ୩୧ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କ୍ରେମ୍ଲିନର ବନ୍ଧୁ ରାଷ୍ଟ୍ର ଭାରତ ସମେତ ତୁର୍କୀ, ସିରିଆ, ଭେନେଜୁଏଲା ଏବଂ ଚାଇନାକୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ପୁଟିନ୍ ଆମେରିକା, ଫ୍ରାନ୍ସ ଏବଂ ଜର୍ମାନ୍କୁ ନ୍ୟୁ ଇୟର୍ ଶୁଭେଚ୍ଛା ଜଣାଇ ନ ଥିବା ଶୁକ୍ରବାର କ୍ରେମଲିନ୍ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ କାରଣରୁ ଏହି ରାଷ୍ଟ୍ର ପୁଟିନ୍ଙ୍କୁ ନିନ୍ଦା କରିବା ସହ ରୁଷିଆ ଉପରେ କଟକଣା ଲାଗୁ କରିଛନ୍ତି। ଯୁଦ୍ଧପରଠାରୁ ଏହି ଦେଶ ସହ ରୁଷିଆ ନିଜ ସମ୍ପର୍କ ଚ୍ଛିନ୍ନ କରିଥିବା କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି।