ପୁଟିନ୍‌ ସବୁଠାରୁ ‘ସେକ୍ସି’

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦେଶର ସବୁଠାରୁ ‘ସେକ୍ସି’ ଓ ‘ହ୍ୟାଣ୍ଡସମ୍‌’ ପୁରୁଷ ଘୋଷଣା କରାଯାଇଛି। ୨୨ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଦେଶର ୩ ଶହରୁ ଅଧିକ ସହରର ୨ ହଜାର ଜଣଙ୍କ ଉପରେ ଏକ ସର୍ଭେ କରାଯାଇଥିଲା। ଦେଶର ସବୁଠାରୁ ସେକ୍ସି ଏବଂ ମୋଷ୍ଟ ଏଲିଜିବଲ ବ୍ୟାଚଲର କିଏ ବୋଲି ସର୍ଭେରେ ଭୋଟିଂ କରାଯାଇଥିଲା। ୧୮ ପ୍ରତିଶତ ପୁରୁଷ ଏବଂ ୧୭ ପ୍ରତିଶତ ମହିଳା ୬୮ ବର୍ଷୀୟ ପୁଟିନଙ୍କୁ ଭୋଟ ଦେଇଥିଲେ। ଦେଶବାସୀ ଏବେ ବି ପୁଟିନଙ୍କୁ ଆକର୍ଷଣୀୟ ପୁରୁଷ ବୋଲି ବିବେଚନା କରୁଛନ୍ତି ବୋଲି ସର୍ଭେ କରିଥିବା ସୁପରଜବ୍‌ ନାମକ ଓ୍ବେବସାଇଟ୍‌ କହିଛି। ଡିମିଟ୍ରି ନାଗିଭ, ଡାନିଲା କୋଜଲୋଭସ୍କି, କନଷ୍ଟାଣ୍ଟିନ ଖାବେନସ୍କିଙ୍କ ଭଳି ଅଭିନେତା, ମଡେଲ ଆଦିଙ୍କୁ ପୁଟିନ୍‌ ପଛରେ ପକାଇଛନ୍ତି।

Share