ମିଡ଼ିଆକୁ ପୁଟିନ୍‌ଙ୍କ ନାଲି ଆଖି, ଆକ୍ରମଣ-ଅନୁପ୍ରବେଶ-ଯୁଦ୍ଧ ଶବ୍ଦର ବ୍ୟବହାର କଲେ ଜେଲ ସହିତ ଜରିମାନା…

ମସ୍କୋ, ୨୬।୨ : ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ସହିତ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ମିଡ଼ିଆକୁ ନାଲି ଆଖି ଦେଖାଇଛନ୍ତିି। ପୁଟିନ୍‌ ଧମକ ଦେଇ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଆକ୍ରମଣ,ଅନୁପ୍ରବେଶ ଅବା ଯୁଦ୍ଧ ଶବ୍ଦର ବ୍ୟବହାର ମିଡ଼ିଆ ସଂସ୍ଥାମାନେ ବ୍ୟବହାର କରିପାରିବେ ନାହିଁ।

ଏନେଇ ରୁଷିଆର ସରକାରଙ୍କ ମିଡ଼ିଆ ରେଗୁଲେଟାରୀ ଡିଭିଜନ୍‌ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାର ଉଲ୍ଲଂଘନ କରୁଥିବା ସଂସ୍ଥାର ମୁଖ୍ୟଙ୍କୁ ଜେଲ ସହିତ ଜରିମାନା ଦଣ୍ଡାଦେଶ ଭୋଗୀବାକୁ ପଡ଼ିବ ବୋଲି ମିଡ଼ିଆ ରେଗୁଲେଟାରୀ ଡିଭିଜନ୍‌ କହିଛି।]

ଏନେଇ ସାଇବର ସୁରକ୍ଷା ସଂସ୍ଥାଗୁଡ଼ିକୁ ସୋସିଆଲ ମିଡ଼ିଆ ଉପରେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି।
ଅପରପକ୍ଷରେ ସାଇବର ଏଜେନ୍ସିଗୁଡ଼ିକୁ ପୁଟିନ୍‌ଙ୍କ ବିରୋଧରେ ମନ୍ତବ୍ୟ ପ୍ରଦାନ କରୁଥିବା ଆକାଉଣ୍ଟ୍‌ ଉପରେ ନଜର ରଖିଛନ୍ତି। ଏହାଦ୍ୱାରା ପୁଟିନ୍‌ ଗଣମାଧ୍ୟମର କଣ୍ଠରୋଧ କରୁଥିବା ଅଭିଯୋଗ ହୋଇଛି।

Share