ସୋସିଆଲ୍‌ ଆକାଉଣ୍ଟ ବନ୍ଦ କଲେ ପୁଟିନ୍‌ଙ୍କ ‘ସିକ୍ରେଟ୍‌ ଝିଅ’

ମସ୍କୋ,୮।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ‘ସିକ୍ରେଟ୍‌ ଝିଅ’ ଭାବରେ ଜଣାଶୁଣା ଲୁଇଜା ରୋଜୋଭା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ କରିଦେଇଛନ୍ତି। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନକୁ ସମର୍ଥନ କରୁଥିବା ୟୁଜର୍ସମାନେ ଲଗାତାର ତାଙ୍କୁ ଟ୍ରୋଲ କରୁଥିଲେ ଏବଂ ଅନେକ ୟୁଜର୍ସ ତାଙ୍କୁ ଗାଳି କରୁଥିଲେ। ଏଥିରେ ରାଗିଯାଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିଦେଇଛନ୍ତି।
ରୁଷିଆର ଜଣେ ଧନୀ ମହିଳାଙ୍କ ଝିଅ ହେଉଛନ୍ତି ଜଣେ ୧୮ ବର୍ଷୀୟା ଲୁଇଜା ରୋଜୋଭା। କୁହାଯାଏ ଯେ ଲୁଇଜା ରୋଜୋଭାଙ୍କ ମା’ ପୂର୍ବରୁ ସଫେଇ କାମ କରୁଥିଲେ। ରୁଷିଆର ଏକ ଘରୋଇ ଗଣମାଧ୍ୟମ ଦାବି କରିଛି ଯେ ପୁଟିନ ଏବଂ ଲୁଇଜା ରୋଜୋଭାଙ୍କ ମା’ଙ୍କର ସମ୍ପର୍କ ଅଛି। ଲୁଇଜା ପୁଟିନଙ୍କ ଝିଅ। ଅବଶ୍ୟ, ପୁଟିନ ଏବଂ ଲୁଇଜା ରୋଜୋଭାଙ୍କ ମଧ୍ୟରେ ପିତା- ଝିଅ ସମ୍ପର୍କର କୌଣସି ପ୍ରମାଣ ନାହିଁ। ଗୁଜବକୁ ଆଧାର କରି ଲୁଇଜା ରୋଜୋଭାଙ୍କୁ ପୁଟିନଙ୍କ ‘ସିକ୍ରେଟ୍‌ ଝିଅ’ କୁହାଯାଏ।
ଉଲ୍ଲେଖନୀୟ ବିଷୟ ହେଉଛି, ପୁଟିନଙ୍କ ‘ସିକ୍ରେଟ୍‌ ଝିଅ’ ଲୁଇଜା ରୋଜୋଭାଙ୍କର ଇନଷ୍ଟାଗ୍ରାମରେ ୮୪ ହଜାର ଫଲୋଅର୍ସ ଥିଲେ। ସେ ଗତ ୫ ମାସ ପୂର୍ବରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ କିନ୍ତୁ ୨୪ ଫେବୃୟାରୀରେ ଯୁଦ୍ଧ ଆରମ୍ଭ ହେବା ପରେ ଯେତେବେଳେ ଟ୍ରୋଲମାନେ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ, ସେତେବେଳେ ସେ ତାଙ୍କ ଆକାଉଣ୍ଟ ବନ୍ଦ କରିଦେଇଥିଲେ।

Share