ମସ୍କୋ, ୧୯ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ରକ୍ତ କର୍କଟରେ ପୀଡ଼ିତ ଥିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଗତ ୧୨ ତାରିଖ ରାତିରେ ପୁଟିନ୍ଙ୍କ ଅସ୍ତ୍ରୋପଚାର ହୋଇଥିବା ଏବଂ ତାହା କ୍ୟାନ୍ସର ସଂକ୍ରାନ୍ତୀୟ ନୁହେଁ ବୋଲି ଏଥିରେ କୁହାଯାଇଛି। ଏଥିଯୋଗୁ ପୁଟିନ୍ ତାଙ୍କ ଅଫିସରମାନଙ୍କ ସହ ସ୍ଥିର ହୋଇଥିବା ଏକ ବୈଠକରେ ଯୋଗ ନ ଦେଇ ପୂର୍ବରୁ ରେକର୍ଡ କରିଥିବା ଭିଡିଓ ମିଟିଂରେ ଚାଲିଥିଲା ବୋଲି ଜଣାପଡ଼ିଛି।
ନିକଟରେ ରୁଷିଆ ବିଜୟ ଦିବସ ଅବସରରେ ପୁଟିନ୍ଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା। ଏହି ସମୟରେ ପୁଟିନ୍ ତାଙ୍କ ଗୋଡ଼କୁ ଏକ ମୋଟା କପଡ଼ାରେ କଭର କରିଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।