Advertisement

୨୦୨୩ରେ ପୁଟିନଙ୍କ ଓ୍ବାର ଗେମ୍‌ : ବ୍ରିଟେନ ସାମୁଦ୍ରିକ ସୀମା ଅତିକ୍ରମ କରିବ ରୁଷିଆ ଯୁଦ୍ଧପୋତ…

ମସ୍କୋ/ଲଣ୍ଡନ,୩୧।୧୨ : ରୁଷିଆର ବିନାଶକାରୀ ଆଣବିକ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ବ୍ରିଟେନ ନିକଟବର୍ତ୍ତୀ ହେବାକୁ ପ୍ରସ୍ତୁତ। ଏହି ଯୁଦ୍ଧ ଜାହାଜରେ ଥିବା କ୍ଷେପଣାସ୍ତ୍ରଗୁଡିକ ଘଣ୍ଟା ପ୍ରତି ୧୧ ହଜାର କିଲୋମିଟରରୁ ଅଧିକ ବେଗରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ପାଶ୍ଚାତ୍ୟ ଦେଶକୁ ଶକ୍ତି ପ୍ରଦର୍ଶନ ପାଇଁ ଯୁଦ୍ଧପୋତ ଆଡମିରାଲ ଗୋର୍ସ୍କୋଭ ଆସନ୍ତା ବର୍ଷ ଆରମ୍ଭରେ ରୁଷିଆର ନୌସେନାର ଟାସ୍କଫୋର୍ସର ନେତୃତ୍ୱ ନେବ।

ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ରୁଷିଆ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଇତି ମଧ୍ୟରେ ରୁଷିଆ ଆମେରିକା ଏବଂ ବ୍ରିଟେନକୁ ଖୋଲାଖୋଲି ଭାବେ ଧମକ ଦେଉଛି। କାରଣ ବ୍ରିଟେନ ୟୁକ୍ରେନକୁ ବ୍ୟାପକ ସାମରିକ ସହାୟତା ଯୋଗାଉଛି।

ରୁଷିଆର ଯୁଦ୍ଧ ଜାହାଜ ମ୍ୟାକ୍‌-୯ ହାଇପରସୋନିକ ଜିରକୋନ ଆଣବିକ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ହେବ। ଦ ସନ ରିପୋର୍ଟ ଅନୁଯାୟୀ, ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ୨୦୨୩ର ଓ୍ବାର ଗେମ୍‌ ଅନୁସାରେ ଏହା କାର୍ଯ୍ୟକାରୀ ହେଉଛି। ଆଡମିରାଲ ଗୋର୍ସ୍କୋଭ ଜାନୁୟାରୀ ୨୦୨୩ ରେ ସମୁଦ୍ରରେ ଏହାର ଯୁଦ୍ଧ କାର୍ଯ୍ୟ ଆରମ୍ଭ କରିପାରେ। ସୂତ୍ରରୁ ପ୍ରକାଶ ଯେ ଏହା ସିରକନ କିମ୍ବା ଜିରକୋନ ହାଇପରସୋନିକ କ୍ଷେପଣାସ୍ତ୍ର ସହିତ ଭୂମଧ୍ୟସାଗରରେ ଏହାର ଯୁଦ୍ଧ କାର୍ଯ୍ୟ ଆରମ୍ଭ କରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share