ବିକାଶ ଦେଖୁଛି ପୁଟିପାଳ

ଢେଙ୍କାନାଳ ଅଫିସ, ୧୦।୭: ଜୁଆଙ୍ଗ ଗାଁରେ ପଡ଼ିଛି ବିକାଶର କିରଣ। ଉଦୟ ହୋଇଛି ଅନ୍ଧାରରେ ବୁଡ଼ିଥିବା ଆଦିବାସୀ ପଡ଼ାର ଭାଗ୍ୟ। ପ୍ରଶାସନର ଶୁଭଦୃଷ୍ଟି ପଡ଼ିବା ପରେ ବିଚ୍ଛିନ୍ନ ଜୀବନ ବିତାଉଥିବା ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ ପୁଟିପାଳ ଗ୍ରାମର ଚିତ୍ର ବଦଳିବା ଆରମ୍ଭ କରିଛି। ଗାଁକୁ ନିର୍ମାଣ ହୋଇଛି ରାସ୍ତା। ନିଜ ମାତୃଭାଷାରେ ପଢ଼ିବାର ସୁଯୋଗ ପାଇଛନ୍ତି ପିଲାଏ। କେବଳ ଏତିକି ନୁହେଁ, ଅପପୁଷ୍ଟିର ଅମରାବତୀ ଭାବେ ପରିଚିତ ଏହି ଅଞ୍ଚଳରୁ କୁପୋଷଣ ଦୂର କରିବାକୁ ଆରମ୍ଭ ହୋଇଛି ଅଭିଯାନ। ଅପହଞ୍ଚ ଅଞ୍ଚଳରେ ବିକାଶର ବିଜୁଳିବତି ଜଳିବା ପରେ ଜୁଆଙ୍ଗଙ୍କ ମୁହଁରେ ଫୁଟିଛି ହସ।
ଶିଳ୍ପ ଜିଲାରେ ବିଚ୍ଛିନ୍ନାଞ୍ଚଳ ଜୀବନ ବିତାଉଥିଲେ କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତ ପୁଟିପାଳ ଗ୍ରାମର ଜନସାଧାରଣ। ବଣପାହାଡ଼ ଘେରା ଏହି ଦୁର୍ଗମ ଗ୍ରାମକୁ ଚଢ଼ି ପାରୁ ନ ଥିଲା ବିକାଶ। ବର୍ଷାଦିନେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଜୀବନ ବିତାଉଥିଲେ ଏଠାକାର ଲୋକେ। ଅପପୁଷ୍ଟିର ଶିକାର ଶିଶୁ ଠେଲି ହୋଇଯାଉଥିଲେ ମରଣ ମୁହଁକୁ। ହେଲେ ଦୀର୍ଘଦିନ ପରେ ଏବେ ଗ୍ରାମର କଳେବର ବଦଳିବାରେ ଲାଗିଛି। ବିଡିଓ ବୁଲବୁଲ ବେହେରା ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଦୁର୍ଗମ ଗ୍ରାମର ବିକାଶ ଲାଗି ନୀଳ ନକ୍ସା ପ୍ରସ୍ତୁତ କରାଯାଇଥିବାବେଳେ ଜିଲା ପ୍ରଶାସନର ପଦସ୍ଥ ଅଧିକାରୀ ଘନ ଘନ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଯେଉଁ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରୁ ନ ଥିଲା ଏବେ ସେଠାରେ ତିଆରି ହୋଇଛି ୧୦ ଲକ୍ଷ ଟଙ୍କାର ସଡ଼କ। ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଙ୍କୁ ମିଳୁଛି ଆବଶ୍ୟକ ପୁଷ୍ଟିକର ଖାଦ୍ୟ। ସ୍ବତନ୍ତ୍ର ଭାବେ ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଆଯାଉଛି। ପୂର୍ବରୁ ପିଲାମାନେ ଦୁର୍ଗମ ପଥ ଅତିକ୍ରାନ୍ତ କରି ବହୁ କଷ୍ଟରେ ଏକୁଲ ବିଦ୍ୟାଳୟକୁ ପଢ଼ିବାକୁ ଯାଉଥିଲେ। ଗ୍ରାମର ୩ଜଣ ଶିକ୍ଷିତ ଯୁବତୀ ଛାତ୍ରୀଛାତ୍ରଙ୍କୁ ଜୁଆଙ୍ଗ ଭାଷାରେ ପାଠ ପଢ଼ାଉଛନ୍ତି। ପୁଟିପାଳ ଗ୍ରାମବାସୀଙ୍କୁ ଖାଉଟି ସାମଗ୍ରୀ ଆଣିବାକୁ ଆଉ କାନ୍ତୋଲ ପଞ୍ଚାୟତକୁ ଯିବାକୁ ପଡୁନାହିଁ। ଗ୍ରାମରେ ହାତପାଆନ୍ତାରେ ପିଡିଏସ୍‌ ସାମଗ୍ରୀ ମିଳୁଛି। ଏଥିଲାଗି ଖୋଲିଛି ସାଧାରଣ ବଣ୍ଟନ କେନ୍ଦ୍ର। ଅଧିକାଂଶ ପରିବାର ଜଙ୍ଗଲ ଜମି ଅଧିକାର ଆଇନରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଜୀବନଜୀବିକାର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଆଦିବାସୀ ପରିବାରକୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବାକୁ କୁକୁଡ଼ା ଚିଅଁା ପାଳନ ଲାଗି ପଦକ୍ଷେପ ନିଆଯାଉଛି। ଶିଶୁଙ୍କୁ ଶୀତବସ୍ତ୍ର ଓ ଖେଳ ଉପକରଣ ପ୍ରଦାନ କରାଯାଇ ସାମାଜିକ ସ୍ରୋତରେ ସାମିଲ ହେବାକୁ ପ୍ରୋତ୍ସାହିତ କରାଯାଉଛି।
ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ପୁଟିପାଳର ବିକାଶ ପାଇଁ ପ୍ରଶାସନିକ ଅଧିକାରୀ ଉଦ୍ୟମ ଜାରି ରଖିଛନ୍ତି। ବନ ବିଭାଗ ସହାୟତାରେ ୧୦ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହୋଇଛି। ଜୁଆଙ୍ଗ ଭାଷାରେ ପିଲାମାନଙ୍କୁ ପାଠ ପଢ଼ାଯାଉଛି। ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଇଛି। ଏହାକୁ ଅଞ୍ଚଳର ପିଲାଙ୍କ ପାଠ ପଢ଼ିବା ନିମନ୍ତେ ବ୍ୟବହାର କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକ ପଡ଼ନ୍ତିନି ପୂଜକ, ମା’ଙ୍କୁ ନିଜ ହାତରେ ଶ୍ରଦ୍ଧାଳୁ ଖୁଆନ୍ତି ଭୋଗ

ତାଳଚେର,୧୧ା୪(ମନୋଜ ନନ୍ଦ): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ଅଗ୍ନିରୂପା ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳ...

ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଓଡ଼ିଆ ପକ୍ଷ ପାଳନ, ୫୦ ଛାତ୍ରୀଛାତ୍ର ପୁରସ୍କୃତ

ଭୁବନ,୯।୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବିଜ୍ଞାପିତ ପରିଷଦ ପକ୍ଷରୁ ପାଳନ ହେଉଛି ଓଡ଼ିଆ ପକ୍ଷ। ଏହି ଦିବସରେ ଏନଏସି ମଧ୍ୟରେ ବିଭିନ୍ନ ଉନ୍ନୟନ...

ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ, ଚାଳକ ଫେରାର

ଭୁବନ,୯।୪,( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ବୁଧବାର ସକାଳ ସମୟରେ ଏକ ବେଆଇନ ମାଙ୍କଡ଼ା ପଥର ବୋଝେଇ ଟ୍ରକ...

ପୂର୍ବତନ ବିଧାୟକଙ୍କ ପରଲୋକ

ଢେଙ୍କାନାଳ,୮।୪: ପୂର୍ବତନ ବିଧାୟକ ପ୍ରଫୁଲ ଭଞ୍ଜଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଛି । ଢେଙ୍କାନାଳ ସହର ମିନାବଜାର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ...

ସ୍ତ୍ରୀ, ପୁଅ ସମେତ ୩ ଜଣଙ୍କୁ ଗୁଳି କଲେ ବ୍ୟକ୍ତି, ପଛରେ ଥିଲା ଏମିତି କାରଣ

ଢେଙ୍କାନାଳ,୭ା୪: ଶନିବାର ଢେଙ୍କାନାଳରେ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଉପୁଜିଥିବା ହିଂସାରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲାର ତାଳବରକୋଟ ଗାଁରେ...

ଶିକାର ଭାବି ସାଙ୍ଗକୁ ଗୁଳି

ଢେଙ୍କାନାଳ,୪ା୪(ରତନ ନାୟାର): ହିନ୍ଦୋଳ ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ମାନପୁର ଗାଁ ନିକଟରେ ଶିକାର ପାଇଁ ଯାଇଥିବା ବେଳେ ସାଙ୍ଗକୁ ଗୁଳି କରିଛନ୍ତି ଅନ୍ୟ ଜଣେ...

ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ିଚାଳନା, ଘର ଭିତରେ ପଶାଇଦେଲେ ଗାଡ଼ି, କାବୁ କଲେ ଲୋକେ

ଢେଙ୍କାନାଳ, ୨୮।୩(ରତନ ନାୟାର): କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡି ଚାଳନା। ନିଶାଶକ୍ତ ଅବସ୍ଥାରେ ବେପରୁଆ କାର ଚଳାଇ ଏକ ଜଳଖିଆ ଠେଲାକୁ ଧକ୍କା ଦେଇ...

ବାପା ଲଗାଇଲେ ନିଆଁ, ୧୧ମାସର ଝିଅ ଜୀବନ୍ତ ଦଗ୍ଧ

ଢେଙ୍କାନାଳ,୨୫।୩(ରତନ ନାୟାର): ଜିଲା ବାଲିମୀ ଥାନା ବାରସିଙ୍ଗା ଗ୍ରାମ ମୁଣ୍ଡାସାହିରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image