ବେଡ୍ରୁମ୍ ହେଉଛି ଘରର ସେହି ସ୍ଥାନ, ଯେଉଁଠାରେ ଦିନଯାକର ଥକ୍କାପଣ ମେଣ୍ଟାଇ ବ୍ୟକ୍ତି ଆରାମ ଅନୁଭବ କରେ। ମାତ୍ର ଯଦି ବେଡ୍ରୁମ୍ ଦିଗ, ସେଠାରେ ଥିବା ସାମଗ୍ରୀ ବାସ୍ତୁ ସହିତ ଖାପ ନ ଖାଏ , ତେବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବୈବାହିକ ଜୀବନରେ ମତଭେଦ, ଆର୍ଥିକ ସଙ୍କଟ ଏବଂ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।
ବେଡ୍ରୁମ୍ରେ ବାସ୍ତୁ ଦୋଷ କାରଣରୁ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ, ଯାହା ସ୍ତ୍ରୀ-ସ୍ବାମୀ ମଧ୍ୟରେ ତିକ୍ତତା ସୃଷ୍ଟି କରେ। ବାସ୍ତୁ ବିତ୍ଙ୍କ ଅନୁଯାୟୀ, ବେଡ୍ରୁମ୍ରେ ଥିବା କେତେକ ଦିଗ ଉପରେ ଧ୍ୟାନ ଦେଲେ ସକରାତ୍ମକ ଶକ୍ତି ଘର ଉପରେ ପଡ଼ିଥାଏ।
> ବେଡ୍ରୁମ୍ ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ-ପୂର୍ବରେ ରହିବା ଉଚିତ୍ ନୁହେଁ। ଦକ୍ଷିଣ ପୂର୍ବରେ ବେଡ୍ରୁମ୍ ରହିବା ଫଳରେ ସ୍ତ୍ରୀ-ସ୍ବାମୀ ମଧ୍ୟରେ ଝଗଡା ସୃଷ୍ଟି ହେଉଥିବା ବେଳେ ଉତ୍ତର-ପୂର୍ବରେ ରହିଲେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ।
> ବେଡ୍ରୁମ୍ରେ ଆକ୍ରମଣାତ୍ମକ ପ୍ରାଣୀଙ୍କର ଫଟୋ ଏବଂ ଦେବତାମାନଙ୍କର କ୍ରୋଧିତ ଅବସ୍ଥାରେ କିଛି ଫଟୋ ରଖିବା ଉଚିତ ନୁହେଁ। ତେବେ ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ରାଧା-କୃଷ୍ଣଙ୍କ ଫଟୋ ଲଗାଇ ପାରିବେ।
> ଘର ମାଲିକଙ୍କ ବେଡରୁମ ଦକ୍ଷିଣ ପଶ୍ଚିମ କୋଣରେ ରହିବା ଉଚିତ୍।
> ପିଲାମାନଙ୍କର ବେଡ୍ରୁମ୍ ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଠିକ୍।
> ଠାକୁରଙ୍କୁ ବେଡ୍ରୁମ୍ ରଖିବା ଠିକ୍ ନୁହେଁ