କାର୍‌କୁ ଷ୍ଟାର୍ଟରେ ରଖି ବିଚ୍‌ ରାସ୍ତାରେ ନିଘୋଡ଼ ନିଦରେ ଶୋଇପଡ଼ିଲେ କନଷ୍ଟେବଳ, ଭିଡିଓ ଦେଖିଲେ…

ଦାରିଙ୍ଗବାଡ଼ି,୩୦ା୧(ଅରୁଣ ସାହୁ): ଜନସାଧାରଣଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ଓ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବାକୁ ପୋଲିସ ସର୍ବଦା ଯତ୍ନବାନ ହେବା ଜରୁରୀ। କିନ୍ତୁ ଏମିତି କିଛି ପୋଲିସ ଅଛନ୍ତି ସେମାନେ ନିୟମ ଉଲଘଂନ କରି ଲୋକହସା ହୁଅନ୍ତି। ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ବିପଦରେ ପକାଇଦିଅନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ କ୍ଷେତ୍ରରେ। ସେ ନିଜ କାରରେ ଦାରିଙ୍ଗବାଡ଼ିର ଜନଗହଳିପୂର୍ଣ୍ଣ ୪ ଛକ ଉପରେ ନିଜ କାରକୁ ନ ଷ୍ଟାର୍ଟ ଅବସ୍ଥାରେ ରଖି ଡ୍ରାଇଭର ସିଟରେ ନିଘୋଡ଼ ନିଦରେ ଶୋଇପଡିଛନ୍ତି। ଫଳରେ ସେହି ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ିମୋଟର ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଇଏ ଥରକର ଘଟଣା ନୁହଁ, ଏଭଳି କନଷ୍ଟେବଳ ଜଣଙ୍କ ଉକ୍ତ ବଜାର ଦେଇ ଯାଇଥିବା ରାଜପଥ ଉପରେ ନିଶାସକ୍ତ ଅବସ୍ଥାରେ କାର ରଖି ଶୋଇପଡ଼ନ୍ତି। ଫଳରେ ଲୋକମାନେ ହଇରାଣ ଭୋଗନ୍ତି ଆଉ ପୋଲିସ ବାବୁଙ୍କ ଭୟରେ କିଏ ମୁହଁ ଖୋଲନ୍ତି ନାହିଁ। କନଷ୍ଟେବଳ ମନୋରଞ୍ଜନ ସାବତଙ୍କୁ ପଚାରିବାରୁ ସେ ମୋ’ ଭିଡିଓ ଫଟୋ କାହିଁକି ଉଠାଉଛନ୍ତି ବୋଲି ପଚାରିବା ସହ ସେ ଜଣଙ୍କୁ କିଛି ଜିନିଷ ଆଣିବାକୁ ପଠାଇଛି ସେହି ଭିତରେ ତାଙ୍କୁ ନିଦ ହୋଇଗଲା ବୋଲି କହିବା ସହ ନିଜ କାର୍‌କୁ ରାଜପଥରୁ ହଟାଇ ରାସ୍ତା କଡ଼ରେ ପୁଣି ଶୋଇପଡ଼ିଥିଲେ।

ପ୍ରକାଶ ଯେ, ଦାରିଙ୍ଗବାଡ଼ି ଚାରିଛକରେ ସର୍ବାଧିକ ଭିଡ଼ ସହ ଟ୍ରାଫିକ ସମସ୍ୟା ଲାଗିରହୁଛି ଜଣେ ପୋଲିସ କର୍ମଚାରୀ ଭାବେ ଏହାର ସମାଧାନ କରି ଲୋକଙ୍କୁ ଟ୍ରାଫିକ ନିୟନ୍ତ୍ରଣ କରି ଯାତାୟାତରେ ସୁବିଧା କରିବା ବଦଳରେ ନିଜେ କାରକୁ ଜାତୀୟ ରାଜପଥ ମଝିରେ ରଖି ବେପରୁଆ ଶୋଇପଡିବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି। ଜିଲା ପୋଲିସ ପ୍ରଶାସନ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଅଞ୍ଚଳବାସୀ ପୋଲିସ ପ୍ରତି ରହିଥିବା ସମ୍ମାନ ଓ ଭୟ ଦୂର ହୋଇଯିବ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଇଛି। ଏନେଇ ଆଇଆଇସି କନକ କୁମାର ମାଝୀ ଘଟଣା ସମ୍ପର୍କରେ ଶୁଣିବା ପରେ ଘଟଣାସ୍ଥଳକୁ ଅନ୍ୟ କର୍ମଚାରୀଙ୍କୁ ପଠାଇ କନଷ୍ଟେବଳଙ୍କୁ ଥାନାକୁ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦିନିଆ ବର୍ଷା ପବନରେ ଘରର ଛପର ଉଡିଲା , ବିଳମ୍ବିତ ରାତିରେ…

ଦାରିଙ୍ଗବାଡି, ୨୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମଣିପୁର ଅଞ୍ଚଳରେ ବିଳମ୍ବିତ ରାତିରେ ହଠାତ ବର୍ଷା ଓ ପବନ ଯୋଗୁ ଏକାଧିକ...

ବଡ଼ ଖବର, ରକ୍ତାକ୍ତ ଅବସ୍ଥାରେ ଛାତ୍ରୀ ଉଦ୍ଧାର

ସମ୍ବଲପୁର,୨୦।୨: ସମ୍ବଲପୁରରୁ ଆସୁଛି ବଡ଼ ଖବର। Burla Medical College ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଶ୍ୱବିଦ୍ୟାଳୟ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଭିଆଇପି ରାସ୍ତାର ମେଟାକାନି...

ବିଜୁଳି, ଘଡ଼ଘଡ଼ି କୁଆପଥର ବର୍ଷା, ୬ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୨ (ଅନୁରାଧା ମହାରଣା): ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଛି। କିଛି ସ୍ଥାନରେ ୪୦ରୁ ୫୦କି.ମି. ବେଗରେ ପବନ...

ବର୍ଷକୁ ୨ଥର ସିବିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା

ଭୁବନେଶ୍ୱର,୨୦ା୨ (ସୁଚିସ୍ମିତା ସାହୁ):ଛାତ୍ରୀଛାତ୍ରଙ୍କ ମନରେ ପରୀକ୍ଷା ଚାପ କମାଇବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ବଡ଼ ପଦକ୍ଷେପ ନେବାକୁ ଯାଉଛି। ବର୍ଷକୁ ଦୁଇଟି ପର୍ଯ୍ୟାୟରେ...

ଜଗନ୍ନାଥ ମନ୍ଦିରରୁ ଚୋରି

ନୟାଗଡ଼,୨୦।୨(ଲୋକନାଥ ମିଶ୍ର): ବୁଧବାର ରାତିରେ ନୟାଗଡ଼ ପୁରୁଣା ସହରର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ମନ୍ଦିର କବାଟର କଡା ଭାଙ୍ଗି ଜଗନ୍ନାଥଙ୍କ କିରଟି ଓ...

KIIT student death row: ତଦନ୍ତ ଆରମ୍ଭକଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର,୨୦।୨(ସତ୍ୟଜିତ୍‌ ରାଉତ): KIIT University ରେ ବି.ଟେକ୍‌ ଛାତ୍ରୀ ପ୍ରକ୍ରିତି ଲାମସଲ୍‌ଙ୍କ ଆତ୍ମହତ୍ୟା ଏବଂ ନେପାଳୀ ଛାତ୍ରୀଛାତ୍ରଙ୍କୁ ବଳପୂର୍ବକ କଲେଜରୁ ବିତାଡ଼ିତ କରି ନିର୍ଯାତନା ଘଟଣାରେ...

୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ୨୮କୋଟିର ଦୁର୍ନୀତି ହୋଇଛି: ମନ୍ତ୍ରୀ ନାଏକ

ଭୁବନେଶ୍ୱର,୨୦ା୨(ବନ୍ଦନା ସେଠୀ): ପଞ୍ଚାୟତିରାଜ ବିଭାଗରେ ଗତ ୫ବର୍ଷରେ ୨୮କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ମଙ୍ଗଳବାର ବିଧାନସଭାରେ ତଥ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ।...

ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମୃତ୍ୟୁ ଘଟଣା: ୪ ଶିକାରୀ ଗିରଫ

ଦେବଗଡ,୨୦।୨(ଶେଖର ଝାଙ୍କର): ରିଆମାଳ ବନ୍ୟାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଗରିଆପାଲି ନିକଟସ୍ଥ ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image