Categories: ଜାତୀୟ

ପୋଷ୍ଟର ଲଗାଇଲେ ମୁଖ୍ୟମନ୍ତ୍ରୀ ହୁଅନ୍ତି ନାହିଁ: ଏକନାଥ ସିନ୍ଦେ

ମୁମ୍ବାଇ, ୧।୫: ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଲାଗିରହିଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏନସିପି ନେତା ଜୟନ୍ତ ପାଟିଲଙ୍କ ବୟାନରେ ତାଙ୍କୁ ଟାର୍ଗେଟ କରି କହିଛନ୍ତି, ଆମେ ଜନତାଙ୍କ ପାଇଁ କାମ କରୁଛୁ। ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ କରନ୍ତୁୁ। ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଜନତା ସ୍ଥିର କରନ୍ତି। ପୋଷ୍ଟର ଲଗାଇଲେ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତି ନାହିଁ। ଆମେ ଜନତାଙ୍କର ସେବକ ଏବଂ ଜନତାଙ୍କ ସେବା କରି ଚାଲିଥିବୁ। ବିରୋଧୀ ଦଳରେ ମୁଖ୍ୟମନ୍ତ୍ରୀ ପଦପାଇଁ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। ମହା ବିକାଶ ଅଗାଡି ତିନୋଟି ମେଣ୍ଟ ହୋଇ କାମ ବିଗାଡୁଛନ୍ତି।

Share