Categories: ଖେଳ

ମଉଳିଲା ପଦକ ଆଶା, ଅଲମ୍ପିକ୍ସରୁ ବିଦା ହେଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ, ୦୨।୦୮: ପ୍ୟାରିସ୍‌ ଅଲମ୍ପିକ୍ସରେ ଭାରତର ପଦକ ଆଶା ଧିରେ ଧିରେ ମଉଳିବାରେ ଲାଗିଛି । ଏ ପର୍ଯ୍ୟନ୍ତ ମାତ୍ର ୩ଟି କ୍ରୀଡ଼ାରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ଅନ୍ୟପଟେ ଦୁଇ ଦଇଥର ପଦକ ବିଜୟ କରିଥିବା ପିଭି ସିନ୍ଧୁଙ୍କ ଉପରେ ଏଥର ମଧ୍ୟ ଭାରତବାସୀଙ୍କ ଆଶା ରହିଥିବା ବେଳେ ସେ ସମସ୍ତଙ୍କୁ ନିରାଶ କରିଛନ୍ତି । ସେ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ଚୀନର ଜି ବିଙ୍ଗ ଜିଆଓଙ୍କ ଠାରୁ ପରାସ୍ତ ହୋଇଛନ୍ତି । ୧୯-୨୧, ୧୪-୨୧ର ଏକପାଖିଆ ପରାଜୟପରେ ପିଭି ସିନ୍ଧୁ ପ୍ୟାରିସ ଅଲିମ୍ପିକ୍ସରୁ ବିଦା ହୋଇଛନ୍ତି ।

ପିଭି ସିନ୍ଧୁ ଯଥାସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ ହେ ବିଙ୍ଗଜିଆଓଙ୍କ ଆକ୍ରମଣାତ୍ମକ ଖେଳ ଆଗରେ ସେ ତିଷ୍ଠିପାରି ନଥିଲେ । ଶେଷରେ ସିନ୍ଧୁଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ପରାଜୟ ପରେ ସିନ୍ଧୁ ବହୁତ ନିରାଶ ଦେଖାଯାଇଥିଲେ । ବିଶେଷ କରି ଦ୍ୱିତୀୟ ସେଟରେ ସେ ନିଜ ଭୁଲକୁ ନିୟନ୍ତ୍ରଣ କରିପାରିନଥିଲେ ବୋଲି କହିଛନ୍ତି।

ଏଥିସହ ପିଭି ସିନ୍ଧୁ କହିଛନ୍ତି- “ଏହା ନିରାଶାଜନକ … ଜଣେ ଜିତିବ ଏବଂ ଜଣେ ହାରିବ, ଏବଂ ଆଜି ମୁଁ ହାରିଗଲି ..” । ମୋର ଭୁଲଗୁଡ଼ିକ ଉପରେ ମତେ ନିୟନ୍ତ୍ରଣ ରଖିବାର ଥିଲା । ବିଶେଷ କରି ଦ୍ୱିତୀୟ ମ୍ୟାଚ୍‌ରେ ମୋତେ ଏହା ଅନୁଭବ ହୋଇଥିଲା । ମୁଁ ଦୁଃଖିତ ଯେ ଏହି ମ୍ୟାଚ୍‌ ଜିତିପାରିଲିନି । ପ୍ରଥମ ମ୍ୟାଚ୍‌ରେ ଏହି ସମୟର ସ୍କୋର ୧୯-୧୯ ରହିଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

Share