Categories: ଖେଳ

ଅଲମ୍ପିକ୍ସରେ ପ୍ରଥମ ମ୍ୟାଚ୍‌ ଜିତିଲେ ପିଭି ସିନ୍ଧୁ, ଆଗକୁ…

ନୂଆଦିଲ୍ଲୀ, ୩୧।୦୭: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ତଥା ଦୁଇଥର ଅଲମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁ ପ୍ୟାରିସ୍‌ ଅଲମ୍ପିକ୍ସର ମହିଳା ସିଙ୍ଗିଲ୍ସର କ଼୍ବାର୍ଟରରେ ସ୍ଥାନ ପକ୍କାକରିବାକୁ ଓହ୍ଲାଇଛନ୍ତି । ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସିନ୍ଧୁ । ପ୍ରଥମ ମ୍ୟାଚ୍‌ରେ ପିଭି ସିନ୍ଧୁ ଏକପାଖିଆ ଭାବେ ମାଲଦ୍ୱୀପର ଫାତିମାଥ ନବାବା ଅବଦୁଲ ରଜାକଙ୍କୁ ପରାସ୍ତ କରିଛନ୍ତି। ସିନ୍ଧୁ ୨୧-୫ ରେ ବିଜୟ ହୋଇଛନ୍ତି । ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ସିନ୍ଧୁ ଆଗୁଆ ରହିଛନ୍ତି ।

କ୍ରିଷ୍ଟିନ କୁବାଙ୍କ ବିପକ୍ଷରେ ପିଭି ସିନ୍ଧୁ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ । ପ୍ରଥମ ପଏଣ୍ଟ ସ୍କୋର କରି ସେ ପ୍ରତିପକ୍ଷଠାରୁ ୧-୦ରେ ଆଗୁଆ ଅଛନ୍ତି । ୮ ପଏଣ୍ଟ ନେବା ପରେ ସିନ୍ଧୁ ପ୍ରଥମ ପଏଣ୍ଟ ହାରିଛନ୍ତି । ୧୧-୨ ସହିତ ଭାରତୀୟ ତାରକା ମ୍ୟାଚ୍‌ ଜିତିବା ଦିଗରେ ବଢ଼ୁଛନ୍ତି । ସିନ୍ଧୁ ୧୪ ମିନିଟରେ ପ୍ରଥମ ଖେଳ ୨୧-୫ରେ ଜିତି କ୍ୱାର୍ଟର ଫାଇନାଲ ଆଡ଼କୁ ଅଗ୍ରସର ହେଉଛନ୍ତି ।

Share