ନାଚିଲେ ସିନ୍ଧୁ

ମୁମ୍ବାଇ: ବ୍ୟାଡ୍‌ମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଅଲିମ୍ପିକରେ ଭାରତ ପାଇଁ ଦୁଇ ଦୁଇ ଥର ମେଡାଲ ଜିତି ଇତିହାସ ସୃଷ୍ଟି କରିଛନ୍ତି । ତାଙ୍କର ଏତିହାସିକ ଖେଳ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପିଭି ସିନ୍ଧୁ ଡ୍ୟାନ୍ସ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି। ସେ ନିଜେ ହିଁ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେଥିରେ ସିନ୍ଧୁ ଖୁବ୍‌ ସୁନ୍ଦର ଅନ୍ଦାଜରେ ଦେଖିବାକୁ ମିଳିଛି।
ସେ ଗ୍ରୀନ ରଙ୍ଗର ଲେହେଙ୍ଗା ପିନ୍ଧିବା ସହ ଏକ ଟ୍ରାଡିସନାଲ ଲୁକ୍‌ରେ ନଜର ଆସିଛନ୍ତି। ତେବେ ସେ ଦେଶୀ ଗେଟ୍‌ଅପ ନେଇଥିଲେ ମଧ୍ୟ ବିଦେଶୀ ଗୀତ‘ଲଭ ନୱାନିତ’ରେ ନାଚିଛନ୍ତି। ପିଭି ସିନ୍ଧୁଙ୍କ ଏକ୍ସପ୍ରେସନ ଏବଂ ଏହି ଡ୍ୟାନ୍ସ ମୁଭ ଏବେ ସମସ୍ତଙ୍କୁ ଆକର୍ଷିତ କରୁଛି। ତାଙ୍କର ଏହି ଭିଡିଓରେ ନୂଆ ନୂଆ କମେଣ୍ଟ ସାଙ୍ଗକୁ ପ୍ରଶଂସକ ପସନ୍ଦ ମଧ୍ୟ କରିଛନ୍ତି।

୨୬ ବର୍ଷୀୟ ପି.ଭି ସିନ୍ଧୁ ୨୦୧୬ ରେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ବେଳେ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଥିଲେ। ଏସିୟାନ ଗେମ୍ସରେ ମଧ୍ୟ ଲଗାତର ଦୁଇ ଥର ପଦକ ହାସଲ କରିସାରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କୁ ନିକଟରେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି।

Share