ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ପିଭିସି ପାଇପ

ରାଉରକେଲା ଅଫିସ,୧୯ା୧୧-ରାଉରକେଲା ଉଦିତନଗର ପରେଡ ପଡିଆରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ମୂଲ୍ୟର ପିଭିସି ପାଇପ ଜଳିପୋଡି ପାଉଁଶ ହୋଇଯାଇଛି। ଓଡ଼ିଶା ଅଗ୍ନିଶମ ଓ ଆର୍‌ଏସ୍‌ପିର ୪ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ।
ସୂଚନାନୁସାରେ, ଉଦିତନଗର ପରେଡ ପଡିଆରେ ସ୍ବରେଜ କାମ ପାଇଁ ଠିକାଦାର ଜମା କରିଥିବା ପିଭିସି ପାଇପ ଗଦାରୁ ହଠାତ୍‌ ନିଅଁା ବାହାରିବା ଦେଖାଯାଇଥିଲା। କ୍ରମଶଃ ସମ୍ପୃକ୍ତ ଅଞ୍ଚଳ ଧୂଅଁାମୟ ହୋଇଯାଇଥିଲା। ଏହା ଦେଖି ସ୍ଥାନୀୟ ବାସିନ୍ଦା ଓ ପଥାଚାରୀ ଆତଙ୍କିତ ହୋଇ ପଡିଥିଲେ। ଘଟଣା ସମ୍ପର୍କରେ ଜାଣିବାକୁ ଧଁା ଦଉଡ ଆରମ୍ଭ କରିଥିଲେ। ଚାହୁଁଚାହୁଁ ଲକ୍ଷାଧିକ ଟଙ୍କା ମୂଲ୍ୟର ପିଭିସି ପାଇପ ଜଳି ପୋଡି ଭସ୍ମୀଭୂତ ହୋଇଯାଇଥିଲା। ନିଅଁା ଲାଗିବାର କାରଣ ଜଣା ପଡିନାହିଁ। ବରିଷ୍ଠ ପୋଲିସ ଓ ମହାନଗର ନିଗମ ଅଧିକାରୀ ଘଟଣାସ୍ଥଳ ବୁଲି ଦେଖିଛନ୍ତି।