Categories: ବାଣିଜ୍ୟ

ପିଡବ୍ଲ୍ୟୁର ନ୍ୟୁ ବିଦ୍ୟାପୀଠ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୬।୪: ଦେଶର ପ୍ରମୁଖ ଏଡ୍‌ଟେକ୍‌ ପ୍ଲାଟ୍‌ଫର୍ମ ଫିଜିକ୍ସ ଓ୍ବାଲ୍‌ (ପିଡବ୍ଲ୍ୟୁ)ର ନ୍ୟୁ ବିଦ୍ୟାପୀଠ ସେଣ୍ଟର ବୁଧବାର ଭୁବନେଶ୍ୱରସ୍ଥିତ ବୁଦ୍ଧେଶ୍ୱରୀ କଲୋନି ଖୁସି ଟାଓ୍ବାରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଡବ୍ଲ୍ୟୁର ଆଞ୍ଚଳିକ ମୁଖ୍ୟ ସଡାଫ୍‌ ଆଫ୍ରିନ ଖାନ୍‌, ସେଣ୍ଟର ହେଡ୍‌ ସୁହୁଜା ଅହମ୍ମଦ ଏବଂ ବାଣିଜି୍ୟକ ମୁଖ୍ୟ ସିଦ୍ଧାର୍ଥ ଶଙ୍କର ଛୋଟରାୟଙ୍କ ସମେତ ଭୁବନେଶ୍ୱର ସେଣ୍ଟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ବିଶେଷ କରି ଏହି ସେଣ୍ଟର ଉଭୟ ମେଡିକାଲ ଓ ଇଞ୍ଜିନିୟରି ପାଠ୍ୟକ୍ରମର କୋଚିଂ ସାଙ୍ଗକୁ ଫାଉଣ୍ଡେଶନ କୋର୍ସ ଓ ଅନ୍ୟାନ୍ୟ କୋର୍ସରେ ମଧ୍ୟ ଆବଶ୍ୟକ ଶିକ୍ଷା ଅଭିଜ୍ଞ ଶିକ୍ଷାବିତ୍‌ ଓ ଦକ୍ଷ କର୍ମଚାରୀଙ୍କ ଦ୍ୱାରା ପ୍ରଦାନ କରାଯିବ ବୋଲି ସେଣ୍ଟର ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ପିଡବ୍ଲ୍ୟୁ ସାରା ଦେଶରେ ତା’ର ଶାଖା ସମ୍ପ୍ରସାରଣ କରିବା ସହ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଓ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଆବଶ୍ୟକ କୌଶଳ ପ୍ରଦାନକୁ ଗୁରୁତ୍ୱାରୋପ କରାଯାଉଛି। ବର୍ତ୍ତମାନ ସମୟରେ ଦେଶରେ ୧୧ଟି ସେଣ୍ଟର ଉପଲବ୍ଧ ରହିଛି।

Share