ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ‘ପ୍ୟାର କା ପୁଞ୍ଚନାମା’ ଫେମ୍‌ ସୋନାଲି ସେହଗଲ

ମୁମ୍ବାଇ: ‘ପ୍ୟାର କା ପୁଞ୍ଚନାମା’ ଫେମ୍‌ ସୋନାଲି ସେହଗଲଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ ରୋଚକ ଖବର ଆସୁଛି। ଖବର ଅନୁଯାୟୀ ସୋନାଲି ତାଙ୍କର ଦୀର୍ଘ ସମୟର ପ୍ରେମିକ ଆଶିଷ ସଜନାନୀଙ୍କୁ ଆଜି ଅର୍ଥାତ୍‌ ୭ ଜୁନ ରେ ବିବାହ କରିବେ। ସୋନାଲି ଏବଂ ଆଶିଷ ଗତ ୬ ବର୍ଷ ଧରି ରିଲେଶନସିପ୍‌ରେ ଅଛନ୍ତି। ହେଲେ ଉଭୟ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କିଛି ଶେୟାର କରନ୍ତି ନାହିଁ।

ରିପୋର୍ଟ ଅନୁଯାୟୀ ସୋନାଲି ସେହଗଲ ଖୁବଶୀଘ୍ର ତାଙ୍କର ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ସୋନାଲି ଆଶିଷଙ୍କୁ ଦୀର୍ଘ ଦିନ ଧରି ଡେଟ୍‌ କରୁଥିଲେ। ଆଶିଷ ଜଣେ ବ୍ୟବସାୟୀ, ତାଙ୍କର ଅନେକ ହୋଟେଲ ଅଛି। ଦୀର୍ଘ ସମୟ ଧରି ଡେଟିଂ କରିବା ପରେ ଦୁହେଁ ନିଜ ସମ୍ପର୍କକୁ ଆଗକୁ ନେବାକୁ ଚିନ୍ତା କରିଛନ୍ତି। ଆଚି ଉଭୟ ସାତଫେରା ନେବେ।

Share