କାର ଭିତରେ ଅଜଗର: ୫ ଘଣ୍ଟା ଉଦ୍ୟମ ପରେ ହେଲା ଉଦ୍ଧାର

ଯାଜପୁର,୧୬।୯: କାର ଭିତରୁ ବାହାରିଲା ଅଜଗର। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ। ଜଣେ କାର ମାଲିକ ରବିବାର ନିଜ ଗାଡିର ସର୍ଭିସିଂ ପାଇଁ ସୋ ରୁମକୁ ଆଣିଥିଲେ । ତେବେ କାରକୁ ରଖିବା ପରେ ଡାସ୍‌ ବୋର୍ଡରେ ଏକ ସାପ ଥିବା ଦେଖିବାକୁ ପାଇଥିଲେ । ଏହା ଦେଖି କାର୍ଯ୍ୟ କରୁଥିବା ମେକାନିକ ଏବଂ କାର ଚାଳକ ଭୟଭୀତ ହୋଇଯାଇଥିଲେ। ଏହାପରେ ସେମାନେ ତୁରନ୍ତ ସ୍ନେକ ହେଲପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ଜଣାଇଥିଲେ ।

ସୂଚନା ପାଇ ସ୍ନେକ ହେଲପ ଲାଇନ୍ ସଦସ୍ୟ ସାପଟିକୁ ଉଦ୍ଧାର କରିଥିଲେ। ତେବେ ସାପଟି ଇଟିଇବେଳେ କାରର ଏସି ଚାମ୍ବର ଭିତରକୁ ପଶିଯାଇଥିଲା । ଶେଷରେ ତେବେ ଦୀର୍ଘ ୫ ଘଣ୍ଟା ଧରି ସୋ ରୁମ୍ କର୍ମଚାରୀ ଓ ସ୍ନେକ ହେଲପଲାଇନ ସଦସ୍ୟଙ୍କ ଉଦ୍ୟମ ପରେ ସାପଟିକୁ ଗାଡିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କାର ମଧ୍ୟରୁ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

Share