Categories: ଫୁରସତ

ବାଥ୍‌ରୁମ ସାଓ୍ବାର ଉପରେ ବସିଥିଲା ବିରାଟକାୟ ଅଜଗର, ଏହାକୁ ଦେଖିବା ପରେ…

ସାପ ଏମିତି ଏକ ପ୍ରାଣୀ, ଏହାକୁ ଯେଉଁଠି ବି ଦେଖିଲେ ଭୟ ଲାଗେ। ସେ ଟିଭି ସ୍କ୍ରିନ୍‌ ହେଉ କି ସାମ୍ନାରେ। ନିକଟରେ ଜଣେ ବ୍ୟକ୍ତି ତାଙ୍କ ବାଥ୍‌ରୁମରେ ଏକ ବିରାଟ ସାପ (ଅଜଗର) ଦେଖିବା ପରେ ଭୟରେ ଥରିଉଠିଲେ।

ବୁଧବାର ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ବାଥରୁମ୍‌ ଭିତରକୁ ଯିବା ମାତ୍ରେ ଦେଖିଲେ ଏକ ଅଜଗର ସାପ ସାଓ୍ବାର ଉପରେ ବସିଛି। ସାପ ଏତେ ବଡ଼ ଥିଲା ଯେ, ତାଙ୍କର ହୋସ୍‌ ଉଡ଼ିଗଲା। ସେ ସଙ୍ଗେ ସଙ୍ଗେ ଗୋଲ୍ଡ କୋଷ୍ଟ ଉପରେ ଆଧାରିତ ସାପ ଧରିବା ସଂଗଠନ ହଡ୍‌ସନ୍‌ ସାପ କ୍ୟାଚିଂକୁ ଡାକିଲେ।

ଫେସ୍‌ବୁକ୍‌ରେ ଦୁଇଟି ଫଟୋ ପୋଷ୍ଟ କରି ସଂଗଠନ ଲେଖିଛି, ବାଥରୁମ୍‌ରେ ଥିବାବେଳେ ଅଜଗର ତାଙ୍କ ଗ୍ରାହକଙ୍କୁ ଭୟଭୀତ କରିଥିଲା। ସାପର ଲମ୍ବ ୬ ଫୁଟ ଥିଲା। ଜ୍ୟାକସନ ନାମକ ଜଣେ ବ୍ୟକ୍ତି ସାପ ଧରିବା ପାଇଁ ଏହି ବ୍ୟକ୍ତିଙ୍କ ଘରେ ପହଞ୍ଚି ବିରାଟକାୟ ସାପକୁ ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ସାପର ଲମ୍ବ ୬ ଫୁଟ ଏବଂ ଏହାର ଓଜନ ୧୦ କିଲୋଗ୍ରାମରୁ ଅଧିକ ଥିଲା।

ଜ୍ୟାକସନ ମାତ୍ର ୩୦ ସେକେଣ୍ଡ ମଧ୍ୟରେ ସାପଟିକୁ ଧରିଥିଲେ କିନ୍ତୁ ସେ ଅନୁଭବ କରିଥିଲେ ଯେ, ସେଠାରୁ ସାପଟିକୁ ବାହାର କରି ସେ ଖୁସି ନୁହନ୍ତି। ଖବର ଅନୁଯାୟୀ, ଅଷ୍ଟ୍ରେଲିଆର ଶୀତରୁ ରକ୍ଷା ପାଇବା ପାଇଁ ସାପ ବାଥରୁମ୍‌ ଲ୍ୟାମ୍ପ ତଳେ ବସିଥିଲା। ଜ୍ୟାକସନ ଏହାକୁ ହଟାଇବାକୁ ଯିବା ମାତ୍ରେ ସେ ତାଙ୍କୁ କାମୁଡ଼ିବାକୁ ଚେଷ୍ଟା କରିଥିଲା। ସାପଟି ଛାତ ଦେଇ ଘର ଭିତରକୁ ଆସିଥିବା ଜଣାପଡ଼ିଛି। ଏହା ବିଷାକ୍ତ ନୁହେଁ।ଏହାର ଲମ୍ବ ୧୩ ଫୁଟ ପର୍ଯ୍ୟନ୍ତ ବଢ଼ିପାରେ। ଘରେ ପ୍ରବେଶ କରୁଥିବା ସାପ ଅଷ୍ଟ୍ରେଲିଆର ଲୋକଙ୍କ ପାଇଁ ନୂଆ କଥା ନୁହେଁ। ଏହାପୂର୍ବରୁ ଅଷ୍ଟ୍ରେଲିଆରୁ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସାପଗୁଡ଼ିକ ଲୋକଙ୍କ ଘରେ ପ୍ରବେଶ କରୁଥିବା ଦେଖାଯାଇଛି। କିଛି ଦିନ ପୂର୍ବରୁ ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡରେ ଜଣେ ମହିଳା ତାଙ୍କ ବେଡ୍‌ରେ ୬ ଫୁଟର ବିଷାକ୍ତ ସାପ ଲୁଚି ରହିଥିଲା। ମହିଳା ଜଣକ ତାଙ୍କ ବେଡ୍‌ସିଟ୍‌ ବଦଳାଇବାକୁ ଯାଇ ଏହାକୁ ଦେଖିଥିଲେ। ପରେ ସ୍ନେକ୍‌ ହେଲ୍‌ପ ଲାଇନ୍‌କୁ ଫୋନ୍‌ କରିଥିଲେ। ହେଲପ୍‌ ଲାଇନର ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।

Share