Categories: ଜାତୀୟ

କତାର ଏୟାରୱେଜରେ ବୋମା ଆତଙ୍କ: କୋଲକାତାରେ ଅଟକିଲା ବିମାନ

କୋଲକାତା,୬।୬: କୋଲକାତାରୁ ଦୋହା ଅଭିମୁଖେ ଯାଉଥିବା କତାର ଏୟାରୱେଜ ବିମାନରେ ବୋମା ଥିବା ନେଇ ଉତ୍ତେଜନା ଦେଖାଦେଇଛି। ବିମାନରେ ବୋମା ଥିବା ନେଇ ଜଣେ ଯାତ୍ରୀ ପାଟିକରିବାରୁ ବିମାନ ଉଡାଣକୁ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, କତର ଏୟାରୱେଜ ବିମାନରେ ଥିବା ଜଣେ ଯାତ୍ରୀ ବିମାନ ଭିତରେ ବୋମା ଥିବା ନେଇ ଜୋରରେ ପାଟି କରିଥିଲେ। କର୍ମଚାରୀମାନେ ତୁରନ୍ତ ଏ ବିଷୟରେ ସିଆଇଏସ୍‌ଫକୁ ସୂଚନା ଦେଇଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।ଏଥିସହ ବିଡିଡିଏସ୍‌କୁ ସୂଚନା ଦିଆଯାଇଛି। ବିଡିଡିଏସ୍‌ ସନ୍ଧାନୀ କୁକୁର ସାହାର୍ଯ୍ୟରେ ବିମାନକୁ ଯାଞ୍ଚ କରିଛି।

ପଚରାଉଚରା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ, ବିମାନ ଭିତରେ ଥିବା ବୋମା ବିଷୟରେ କେହି ତାଙ୍କୁ କହିଥିଲେ। ସୂଚନା ଦେଇଥିବା ବ୍ୟକ୍ତିଙ୍କ ପିତା ସିଆଇଏସ୍‌ଫ କହିଛନ୍ତି କି ତାଙ୍କ ପୁଅ ମାନସିକ ରୋଗ ପୀଡିତ। ଏଥିପାଇଁ ସେ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ସୁଦ୍ଧା ବିମାନଟି କୋଲକାତା ବିମାନବନ୍ଦରରେ ଅଛି।

 

 

Share