ସାଓ ପାଉଲୋ,୨୫।୨(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟ କୋପା ଆମେରିକାରୁ କାତାର ଓ ଅଷ୍ଟ୍ରେଲିଆ ଓହରିଯାଇଛନ୍ତି। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏହି ଦୁଇ ଦେଶ ଓହରିଯାଇଛନ୍ତି ବୋଲି ଆମେରିକୀୟ ସକ୍କର ଫେଡେରେଶନ ସୂଚନା ଦେଇଛି। ଟୁର୍ନାମେଣ୍ଟ ଜୁନ୍ ୧୧ରୁ ଜୁଲାଇ ୧୦ ତାରିଖ ମଧ୍ୟରେ ଆୟୋଜନ ହେବ ବୋଲି କନ୍ମେବୋଲ ମୁଖପାତ୍ର ଅରିଏଲ ରାମିରେଜ କହିଛନ୍ତି। ଏହି ଦୁଇ ଦେଶ ପାଇଁ କ୍ୟାଲେଣ୍ଡର ସମସ୍ୟା ସୃଷ୍ଟି ହୋଇଛି। ଏହି ଟୁର୍ନାମେଣ୍ଟରେ ୧୨ଟି ଦଳ ଖେଳିବାର କାର୍ଯ୍ୟକ୍ରମ ଥିଲା। ତେବେ ଦୁଇ ଦେଶ ଓହରିଯିବା ପରେ କୌଣସି ବଦଳ ଦଳକୁ ସାମିଲ କରାଯିବ ନାହିଁ ଓ ୧୦ଟି ଦେଶକୁ ନେଇ ଟୁର୍ନାମେଣ୍ଟ ଆୟୋଜନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। କୋଭିଡ୍-୧୯ କାରଣରୁ ବିଳମ୍ବିତ ହୋଇଥିବା ବିଶ୍ୱକପ୍ କ୍ୱାଲିଫାୟର ଖେଳିବ। ସେହିପରି କାତାର ଏସିଆନ୍ କପ୍ କ୍ୱାଲିଫାୟର୍ସ ଖେଳିବ।