କାତାର-ଇକ୍ୱେଡର ଉଦ୍‌ଘାଟନୀ ନଭେମ୍ବର ୨୦ରେ

ଜେନେଭା, ୧୩ା୮(ଏପି): ପୁରୁଷ ଫୁଟ୍‌ବଲ ବିଶ୍ୱକପ୍‌ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହେବ। ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ(ଫିଫା) ଏ ସମ୍ପର୍କରେ ଗୁରୁବାର ଆନୁଷ୍ଠାନିକ ନିଷ୍ପତ୍ତି ନେଇଛି। ଆୟୋଜକ ଦେଶ କାତାରର ମ୍ୟାଚ ରବିବାର ସନ୍ଧ୍ୟାରେ ଆୟୋଜନ କରାଯିବା ଦ୍ୱାରା ସମଗ୍ର ବିଶ୍ୱରେ ଅଧିକ ଖେଳପ୍ରେମୀ ଏହାକୁ ଉପଭୋଗ କରିପାରିବେ। କାତାର ବର୍ତ୍ତମାନ ନଭେମ୍ବର ୨୧ ପରିବର୍ତ୍ତେ ନଭେମ୍ବର ୨୦ରେ ଦୋହାଠାରେ ଇକ୍ୱେଡର ବିପକ୍ଷ ମ୍ୟାଚ ଖେଳିବ। ଫଳତଃ ବିଶ୍ୱକପ୍‌ ୨୮ ଦିନ ପରିବର୍ତ୍ତେ ୨୯ ଦିନ ଧରି ଚାଲିବ। ଫିଫା ବିଶ୍ୱକପ୍‌ ସାଧାରଣତଃ ଜୁନ୍‌-ଜୁଲାଇରେ ଖେଳାଯାଇଥାଏ। ମାତ୍ର ମରୁଭୂମି ଦେଶ କାତାରରେ ସେତେବେଳେ ଗ୍ରୀଷ୍ମଋତୁ ଚାଲିଥିବାରୁ ଉତ୍ତାପକୁ ଏଡାଇବା ଲାଗି ଟୁର୍ନାମେଣ୍ଟକୁ ଘୁଞ୍ଚାଇ ଦିଆଯାଇଥିଲା। ବିଳମ୍ବରେ ଉଦ୍‌ଘାଟନୀ ଦିବସ ପରିବର୍ତ୍ତନ ଅନେକଙ୍କୁ ବିସ୍ମିତ କରିଛି। ତେବେ ୬ଟି ମହାଦେଶୀୟ ଫୁଟ୍‌ବଲ ପରିଷଦର ସଭାପତି ଏବଂ ଫିଫା ସଭାପତି ଗିଆନି ଇନ୍‌ଫାଣ୍ଟିନୋଙ୍କୁ ନେଇ ଗଠିତ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପିତ୍ତି ନିଆଯାଇଛି। ଏହି ଯୋଜନା ସମ୍ପର୍କରେ ଫିଫା ତରଫରୁ ଗତ ବୁଧବାର ସୂଚନା ଦିଆଯାଇଥିଲା। କାତାର ବର୍ତ୍ତମାନ ବିଶ୍ୱକପ୍‌ରେ ଏହାର ପଦାର୍ପଣ ମ୍ୟାଚ ନଭେମ୍ବର ୨୦ରେ ସ୍ଥାନୀୟ ସମୟ ସନ୍ଧ୍ୟା ୭ଟାରେ ଇକ୍ୱେଡର ବିପକ୍ଷରେ ଉଦ୍‌ଘାଟନୀ ଖେଳିବ। ଏହା ପୂର୍ବରୁ ୬୦,୦୦୦ ଆସନ କ୍ଷମତା ବିଶିଷ୍ଟ ଅଲ୍‌ ବାୟତ୍‌ ଷ୍ଟାଡିୟମରେ ଉଦ୍‌ଘାଟନୀ ସମାରୋହ ହେବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାତାର-ଇକ୍ୱେଡର ଟୁର୍ନାମେଣ୍ଟର ତୃତୀୟ ମ୍ୟାଚ ଥିଲା। ଏହି ମ୍ୟାଚ ପୂର୍ବରୁ ଉଦ୍‌ଘାଟନୀ ସମାରୋହ ହେବାର ଥିଲା। ଇଂଲଣ୍ଡ ଓ ଇରାନ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଖେଳାଯିବାର ଘଣ୍ଟାକ ପରେ ଏହା ଅନୁଷ୍ଠିତ ହୋଇଥାନ୍ତା। ଟୁର୍ନାମେଣ୍ଟ ପାଇଁ ଏପ୍ରିଲରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା। ପରମ୍ପରା ଅନୁସାରେ ଆୟୋଜକ ଦେଶ କାତାର ମ୍ୟାଚକୁ କାହିଁକି ପ୍ରଥମେ ରଖା ନ ଗଲା ସେ ସମ୍ପର୍କରେ ସ୍ପଷ୍ଟ କରାଯାଇ ନ ଥିଲା। ଗୁରୁବାର ନିଷ୍ପତ୍ତି ପୂର୍ବରୁ କାତାରର ଗ୍ରୁପ୍‌ ଏ’ରେ ନେଦରଲାଣ୍ଡ୍ସ-ସେନେଗାଲ ପ୍ରଥମ ମ୍ୟାଚ୍‌ ନଭେମ୍ବର ୨୧ ସ୍ଥାନୀୟ ସମୟ ଅପରାହ୍ନ ୧ଟା ବେଳେ ଖେଳାଯାଇଥାନ୍ତା। ବର୍ତ୍ତମାନ ତାହା ସୋମବାର ସନ୍ଧ୍ୟା ୭ଟାରେ ଖେଳାଯିବ, ଯେଉଁ ସମୟରେ କି ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାତାର-ଇକ୍ୱେଡର ମ୍ୟାଚ ଖେଳାଯାଇଥାନ୍ତା। ଫିଫାର ଏହି ନିଷ୍ପତ୍ତିରେ ପ୍ରାୟୋଜକଙ୍କ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱର ଟପ୍‌ ଟାୟାର ବ୍ୟାକର୍ସ କୋକା-କୋଲା ଓ ଭିସାର ପୂର୍ବତନ ମାର୍କେଟିଂ କାର୍ଯ୍ୟନିର୍ବାହୀ ରିକାର୍ଡୋ ଫୋର୍ଟ ପ୍ରକାଶ କରିଛନ୍ତି। ଉଦାହରଣ ସ୍ବରୂପ ପ୍ରାୟୋଜକମାନେ ସେମାନଙ୍କ ଅତିଥିଙ୍କ ଲାଗି ହୋଟେଲ, ବିମାନଯାତ୍ରା ପାଇଁ ପୂର୍ବରୁ ବୁକିଂ କରିସାରିଥିବେ। ସମସ୍ତ ଆବଶ୍ୟକ କାର୍ଯ୍ୟ ନେଇ ଚୁକ୍ତି କରିସାରିଥିବେ। ତାରିଖ ବଦଳିବା ଦ୍ୱାରା ସମସ୍ୟା ଉପୁଜିବା ନିଶ୍ଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଚିନ୍ମୟ ଦାସଙ୍କ ସମେତ ୧୬ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ

ଢାକା,୨୯।୧୧: ବାଂଲାଦେଶରେ ଲଗାତାର ଭାବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ପୁଣି ଏକ ଅପଡେଟ ସାମ୍ନାକୁ ଆସିଛି। ସେଠାରେ ବାଂଲାଦେଶ ବ୍ୟାଙ୍କର ଫାଇନାନସିୟାଲ ଇଣ୍ଟଲିଜେନ୍ସ...

ଦୋହାରୁ କୋଚିନ ବିମାନ ଯାତ୍ରା କରି ଇତିହାସ ରଚିଲା ଇଭା

କୋଚି,୨୯।୧୧: ଇଭା ନାମକ ବିଲେଇ ଗୁରୁବାର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭିଭିଆଇପି ଯାତ୍ରୀ ହୋଇଛି। ଗୁରୁବାର ପୂର୍ବାହ୍ନ ୧୦ଟା ୧୭ରେ କୋଚି ନେଡୁମ୍ବାସେରି ଅନ୍ତର୍ଜାତୀୟ ବିମାନବନ୍ଦରରୁ...

ବାଂଲାଦେଶକୁ ନେଇ ଚିନ୍ତା ପ୍ରକଟ କଲେ ଜନି ମୋର୍‌, କହିଲେ ଦେଶର ଅସ୍ତିତ୍ୱ ପାଇଁ…

ଓ୍ବାଶିଂଟନ,୨୯ା୧୧: ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ବଢୁଥିବା ବିପଦକୁ ନେଇ ଆମେରିକାର ପୂର୍ବତନ ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ (USCIRF) ସଦସ୍ୟ ଜନି ମୋର୍‌ ଗଭୀର...

ପାକିସ୍ତାନ ଏକ୍ସପର୍ଟଙ୍କ ବଡ଼ ଭବିଷ୍ୟବାଣୀ, କହିଲେ ୨୦୩୪ ପର୍ଯ୍ୟନ୍ତ ମୋଦି ରହିବେ…

ଇସଲାମାବାଦ/ନୂଆଦିଲ୍ଲୀ,୨୯।୧୧: ଭାରତୀୟ ରାଜନୀତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ...

ଦ୍ୱିତୀୟଥର ପାଇଁ କ୍ଷମା ମାଗିଲେ ପୁଟିନ, କହିଲେ ମୁଁ…

ମସ୍କୋ,୨୯ା୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୁକୁରମାନଙ୍କୁ ବହୁତ ପସନ୍ଦ କରନ୍ତି। ଅନେକ ଥର ତାଙ୍କୁ ତାଙ୍କ ପୋଷା କୁକୁରମାନଙ୍କ ସହିତ ଦେଖିବାକୁ ମିଳିଥାଏ। କିନ୍ତୁ...

ବିପଦରେ ଟ୍ରମ୍ପଙ୍କ ଜୀବନ…, କାହିଁକି ଆମେରିକା ରାଷ୍ଟ୍ରପତିଙ୍କୁ ନେଇ ଏତେ ଚିନ୍ତା କରୁଛନ୍ତି ପୁଟିନ

ମସ୍କୋ,୨୯।୧୧: ରୁଷିଆ-ୟୁକ୍ରେନ ଯୁଦ୍ଧରେ କିଛି ବଡ ଘଟଣା ଘଟିବାକୁ ଯାଉଛି କି? ଗୁରୁବାର ରାତିରେ ୟୁକ୍ରେନର ରାଜଧାନୀ କ୍ୱିଭ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣ ମଧ୍ୟରେ...

୧୬ ବର୍ଷରୁ କମ ବୟସର ପିଲାଙ୍କୁ ସୋସିଆଲ ମିଡିଆ ମନା, ଏମିତି ନ ହେଲେ ଦାୟୀ ରହିବେ କମ୍ପାନୀ

କାନବେରା,୨୯।୧୧: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଶୁକ୍ରବାର ଘୋଷଣା କରିଛନ୍ତି ଯେ ସୋସିଆଲ ମିଡିଆ କମ୍ପାନୀଗୁଡିକର ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ସାମାଜିକ ଦାୟିତ୍ୱ...

ଆକାଶରେ ରହସ୍ୟମୟ ଆଲୋକ ସ୍ତମ୍ଭ: କିପରି ହୁଏ ସୃଷ୍ଟି…

ଓଟ୍ଟାଓ୍ବା,୨୮ା୧୧: କାନାଡାର କେନ୍ଦ୍ରୀୟ ଆଲବର୍ଟା ଜନସାଧାରଣ ନିକଟରେ ରାତି ଆକାଶରେ ଶହ ଶହ ଆଲୋକ ସ୍ତମ୍ଭ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ରହସ୍ୟମୟ ଉଜ୍ଜ୍ୱଳ ଆଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri